୪୨କିଲୋ ବାର୍‌ହା ମାଂସ ଜବତ, ଦୁଇଟି ଜୀଅନ୍ତା ଶାବକ ଉଦ୍ଧାର

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ  ସ୍ୱାଭିମାନ ଅଂଚଳର ରାଲେଗଡ଼ା ପଞ୍ଚାୟତର ସାରକୁ ବନ୍ଧ ଗାଁ ନିକଟରୁ ବରାହ ଶିକାର କରୁଥିବା ଅଭିଯୋଗରେ ଏଗାର ଜଣକୁ ଗିରଫ କରିଛି ବନ ବିଭାଗ।

Chitrakonda

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ  ସ୍ୱାଭିମାନ ଅଂଚଳର ରାଲେଗଡ଼ା ପଞ୍ଚାୟତର ସାରକୁ ବନ୍ଧ ଗାଁ ନିକଟରୁ ବରାହ ଶିକାର କରୁଥିବା ଅଭିଯୋଗରେ ଏଗାର ଜଣକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ମାରଣାସ୍ତ୍ର, ୧୦୦ରୁ ଊର୍ଦ୍ଧ୍ବ  ଜାଲ, ୪୨କିଲୋ ବାର୍‌ହା ମାଂସ, ଦୁଇଟି ଜୀବନ୍ତ ଶାବକ, ୯ଟି ବାଇକ, ଗୋଟିଏ ଟ୍ରାକ୍ଟର ଜବତ କରିଛି।

ବନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାଲେଗଡ଼ା ପଞ୍ଚାୟତରେ କିଛି ଗ୍ରାମରେ ଗତ କିଛି ଦିନ ହେବ ଜଙ୍ଗଲ ଜନ୍ତୁ ଶିକାର ହେଉଥିଲା। ସେହି କ୍ରମରେ ଆଜି ମାଲକାନଗିରି ଡିଏଫ୍‌ଓ ସାଇ କିରଣଙ୍କ ନିର୍ଦ୍ଦେଶରେ ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ବନପାଳ ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ବନପାଳ ରାଜେଶ କୁମାର ସେଠୀ,  ଗାର୍ଡ ସଞ୍ଜୟ କୁମାର ପରିଡ଼ା, ୱାଇଲଡ଼ ଲାଇଫ ପାରା ସ୍କ୍ୱାର୍ଡ ମିଳିତ ଭାବେ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ।

ଚଢ଼ଉ ସମୟରେ ସେମାନଙ୍କ ନିକଟରୁ କଟାଯାଇଥିବା ବାର୍‌ହା ମାଂସ ଓଜନ ପାଖାପାଖି ୪୨କିଲୋ ୯୦୦ ଗ୍ରାମ, ଶିକାରରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର, ବାର୍‌ହା ଫାସ, ବ୍ୟବହାର କରୁଥିବା ୯ଟି ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର, ଦୁଇଟି ଜୀବନ୍ତ ବାର୍‌ହା ଶାବକ ଜବତ ହୋଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ୱାଭିମାନ ଅଞ୍ଚଳର କୋତାଉରୁ, ଲିମାସେତୁ, ମଣ୍ଡାପାଲି ଏବଂ ପାପର ମେଟଲା ଅଂଚଳର ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି। 

ଗିରଫ ଅଭିଯୁକ୍ତ ହେଲେ ବାଳକ୍ରୀଷ୍ଣା ଉଡ଼ୁ, ସନ୍ତୋଷ ବାରବାସ, କମଲେଶ ଉଡ଼ୁ, ରାମବାବୁ ବାରବାସ, ନାଗେଶ କୁମୁଡା, ନାଗରଜୁ ବାରବାସ, କ୍ରିଷ୍ଣା ରାଓ ପତରଙ୍ଗୀ, ବୋମାନା କୁମୁଡା, ମାଛଲିଙ୍ଗମ ବାରବାସ, ସନ୍ୟାସୀ ରାଓ ବାରବାସ, ଶ୍ରୀନୁବାବୁ ଖିଲ। ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ନେଇ ବନପାଳ ନିରଞ୍ଜନ ସାରକା ଗଣମାଧ୍ୟମକୁ କହିଛନ୍ତି ଓ ଦୁଇ ବରାହ ଶାବକକୁ ବନ ବିଭାଗ ତରଫରୁ ଉପଯୁକ୍ତ ବ୍ୟବସ୍ଥା କରାଯିବା ପରେ ଜଙ୍ଗଲରେ ଛଡ଼ାଯିବା ନେଇ କହିଛନ୍ତି ବନପାଳ।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe