ବଣାଇଁଗଡ଼: ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ। ହାତୀ ଉପଦ୍ରବ ପାଇଁ ଚିନ୍ତାରେ ତାମଡା ବନାଞ୍ଚଳର ବଡ଼ଗାଁ, ଡୁମେରମୁଣ୍ଡା, ନୁନିଆପାଲି, କଣ୍ଟାପାଲି ଗାଁର ଗ୍ରାମବାସୀ ।  ଦିନରେ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି, ଯାହାକି ଗ୍ରାମବାସୀଙ୍କ ନିଦ ହଜାଇଦେଇଛି । ଏବେ ଧାନ ଅମଳ ସରିଛି, ଆଉ ଅମଳ ଧାନ ଯେଉଁ ଘରେ ରଖା ଯାଇଛି ସେଇ ଘରକୁ ଆସି ଘର ଭାଙ୍ଗି ଧାନକୁ ମଧ୍ୟ ନଷ୍ଟ କରିଦେଉଥିବା ନେଇ ଅଭିଯୋଗ ହୋଇଛି।

Advertisment

ବନବିଭାଗର  ପ୍ରତିଶ୍ରୁତି ପରେ ମଧ୍ଯ ଅସନ୍ତୋଷ ବୃଦ୍ଧି

ରାତି ହେଲେ ଗାଁଗୁଡିକରେ ଭୟର ବାତାବରଣ ସାଙ୍ଗକୁ ଲୋକେ ଅନିଦ୍ରା ହୋଇ ହାତୀ ଉପଦ୍ରବ ଦାଉରୁ ରକ୍ଷା ପାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ହେଁ ନିସ୍ତାର ପାଉନାହାନ୍ତି । ଏ ସମ୍ପର୍କରେ ବନବିଭାଗକୁ ପଚାରିଲେ ଅଧିକାରୀମାନେ ଆମର ଦୁଇ ସେକ୍ସନର କର୍ମଚାରୀ ହାତୀକୁ ଟ୍ରାକ କରି ତାଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିବା କଥା କହି ଏଡ଼ାଇ ଯାଉଛନ୍ତି । ସରକାରଙ୍କ ଗାଇଡ ଲାଇନ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ପରେ ମଧ୍ଯ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: Minor Critical ତତଲା ପେଜ ପଡ଼ି ୫ ବର୍ଷର ଶିଶୁ ଗୁରୁତର, ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର