ବାଲିପାଟଣା: ତତଲା ପେଜ ଉପରେ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି | ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି | ଏହି ଗ୍ରାମର ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ ଆଜି ସକାଳୁ ଘରେ ଖେଳୁଥିଲେ | ମାଆ ଭାତ ରାନ୍ଧି ପେଜ ଗାଳି ଢାଳିବାକୁ ନେଉଥିବା ବେଳେ ଅଜାଣତରେ ଶିଶୁ ଜଣଙ୍କ ଦୌଡ଼ି ପେଜ କରେଇରେ ମାଡ଼ ହୋଇ ତଳେ ପଡ଼ି ଯାଇଥିଲେ | ମହିଳାଙ୍କ ହାତରୁ ଖସି ଶିଶୁ ଉପରେ ଗରମ ପେଜ ଢାଳି ହୋଇଯାଇଥିଲା |
ଶରୀର ୪୦ ଶତକଡ଼ା ପୋଡ଼ି ଯାଇଛି
ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛନ୍ତି | ପିଠି, କାନ୍ଧ , ପେଟ, ହାତ ସହ ଶରୀର ବିଭିନ୍ନ ସ୍ଥାନ ସିଝି ଯାଇଛି | ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟି ଶରୀର ୪୦ ଶତକଡ଼ା ପୋଡ଼ି ଯାଇଛି |
ଆହୁରି ପଢ଼ନ୍ତୁ: ICC-Bangladesh dispute: ଆଇସିସି-ବାଂଲାଦେଶ ବିବାଦ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲା ଶ୍ରୀଲଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/25/HRylAReA5B64UxDeA7BO.jpg)