କୋରାପୁଟ: ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ଆଦି ବନ୍ଦ ପାଇଁ ଡାକରା ଦେଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି। ଏହା ସଫଳ ହୋଇଛି ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି କଂଗ୍ରେସ,ବିଜେଡି ଏବଂ ଅନେକ ସାମାଜିକ ସଂଗଠନ।କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି।
ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ, ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କୋରାପୁଟ ରେବ୍ୟାପକ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଆନ୍ଦୋଳନକାରୀ ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ ଏବଂ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନକୁ ଯାଇ ବନ୍ଦ ଡାକରାକୁ ପାଳନ କରିବା ପାଇଁ ଅନୁରୋଧ କରୁଛନ୍ତି।
ଯେହେତୁ ପର୍ବପର୍ବାଣୀ ପାର୍ବଣ ରୁତୁ ଚାଲିଛି ଦୋକାନ ବଜାର ବନ୍ଦ ରହିଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜିର ଏହି ବନ୍ଦ ପାଳନ ସମୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଶିବ ମୁଦୁଲି, ପଦ୍ମନାଭ ଜାନି,ଉପଦେଷ୍ଟା ରୂପକ ତୁରୁକ, କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ, ନିମାଇଁ ସରକାର, କୃଷ୍ଣ କୁଳଦୀପ, ଜୟରାମ ପାଙ୍ଗି, ମୋନଜ ଆଚାର୍ଯ୍ୟ ଏବଂ ବିଜୁ ଜନତା ଦଳର ଯୁବ ସଭାପତି ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ପଣ୍ଡିତ ବିଷୋୟୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।
Follow Us