ସାପ କାମୁଡ଼ାରେ ୧୩ ବର୍ଷୀୟ ନାବାଳିକାର ମୃତ୍ୟୁ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରୀଗୋଡ଼ା ଗ୍ରାମପଞ୍ଚାୟତ ଅର୍ଜ୍ଜନବାଡ଼ ଗ୍ରାମରେ ଜଣେ ୧୩ ବର୍ଷୀୟ ନାବାଳିକାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲା ସିତୁ ନାଏକ।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରୀଗୋଡ଼ା ଗ୍ରାମପଞ୍ଚାୟତ ଅର୍ଜ୍ଜନବାଡ଼ ଗ୍ରାମରେ ଜଣେ ୧୩ ବର୍ଷୀୟ ନାବାଳିକାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲା ସିତୁ ନାଏକ।

ସୂଚନା ଅନୁସାରେ ଜୟ ନାରାୟଣ ନାଏକଙ୍କ ନାବାଳିକା ଝିଅ ସିତୁ ଆଜି ପୂର୍ବାହ୍‌ଣରେ ଘରେ ଏକାକୀ ଥିଲା। ସେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ପୋଖରୀରେ ଗାଧୋଉଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଘରକୁ ଆସିଲା ପରେ ବିଷକ୍ରିୟାରେ ତା ମୁହଁରୁ ଫେଣ ବାହାରି ଥିଲା। ପରେ ଚିକିତ୍ସା ପାଇଁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe