ଅସ୍ତ୍ର ଛାଡ଼ି ସରଳ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଲେ ୧୪ ଜଣ ମାଓବାଦୀ

ଭିନ୍ନ କ୍ୟାଡର ମାଓବାଦୀମାନେ ହିଂସା ଛାଡି ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରୁଛନ୍ତି। କାରଣ ମାଓବାଦୀ ସଦସ୍ୟମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ତେଲେଙ୍ଗାନା ସରକାର ଯୋଗାଇ ଦେଉଥିବା ପୁନର୍ବାସ ସୁବିଧା ସେମାନଙ୍କୁ ଆକର୍ଷିତ କରିଛି।

14 naxal surrender before police

14 naxal surrender before police. Photograph: (sambad.in)

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡେମ ପୁଲିସ ନିକଟରେ ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଏସିଏମ ରାଙ୍କର ହୋଇଥିବା ବେଳେ ୪ ଜଣ ପାର୍ଟି ମେମ୍ବର, ୩ ଜଣ ଆରପିସି ମିଲିସିଆ, ଜଣେ କେଏଏମଏସ, ୪ ଜଣ ଭିସିଏମ ରେଙ୍କର ବୋଲି କୁହାଯାଇଛି। ଏମାନେ ଅସ୍ତ୍ର ଛାଡ଼ି ସରଳ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭଦ୍ରାଦୀ କଥାଗୁଡେମ ଜିଲ୍ଲା ପୁଲିସ ଏସପି, ସିଆରପିଏଫ କମାଣ୍ଡାଣ୍ଟଙ୍କ ନିକଟରେ ଏହି ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ସୋଡି ବୁଦୁରା(୨୪), କଲମା ଇଡମେ(୨୬), ପଦ୍ମ ନନ୍ଦେ(୨୧), ମାଡ଼ବୀ ଜଗା(୨୫), କୁଞ୍ଜାମ କୋସା(୧୭), ଲେକାମ ସୁଖରାମ(୨୮), ପଡ଼ିୟମ ହିଡମା(୨୭), ମାଡବୀ ମଙ୍ଗା(୧୮), କାଡତି ନନ୍ଦେ(୨୮), କୁରସାମ ସାମିଆ(୪୨), ମାଡବୀ କାମା(୩୮), ନୁପୋ ଲାଖମା(୪୦), ପଡ଼ିୟାମ ଜଗା(୩୮) ଏବଂ ମାଡବୀ ସହଦେବ(୪୦)। ଏମାନେ ସମସ୍ତେ ଛତିଶଗଡର ବିଜାପୁର ଜିଲ୍ଲାର ବୋଲି ପୁଲିସ କହିଛି।

ବିଭିନ୍ନ କ୍ୟାଡର ମାଓବାଦୀମାନେ ହିଂସା ଛାଡି ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରୁଛନ୍ତି। କାରଣ ମାଓବାଦୀ ସଦସ୍ୟମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ତେଲେଙ୍ଗାନା ସରକାର ଯୋଗାଇ ଦେଉଥିବା ପୁନର୍ବାସ ସୁବିଧା ସେମାନଙ୍କୁ ଆକର୍ଷିତ କରିଛି। ଏଥିସହ ସେମାନେ ହୃଦୟଙ୍ଗମ କରିଛନ୍ତି ଯେ ଆତ୍ମସମର୍ପଣ କରିବା ପରେ ତୁରନ୍ତ ପାଇବାକୁ ଥିବା ପୁରସ୍କାର ପାଇବାକୁ ସୁନିଶ୍ଚିତ କରିବା ପାଇଁ ତେଲେଙ୍ଗାନା ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟ କରାଯାଉଛି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନେ ତେଲେଙ୍ଗାନା ସରକାର ଯୋଗାଇ ଦେଇଥିବା ସୁବିଧା ଉପଭୋଗ କରୁଥିବାବେଳେ ପରିବାର ସଦସ୍ୟଙ୍କ ସହ ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଛନ୍ତି।

ଏପର୍ଯ୍ୟନ୍ତ, ନିଷିଦ୍ଧ ମାଓବାଦୀ ଦଳର ବିଭିନ୍ନ କ୍ୟାଡରରେ କାର୍ଯ୍ୟ କରୁଥିବା ବହୁ ନେତା ଓ ସଦସ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁଆରୀ ୨୦୨୫ରୁ ନିଷିଦ୍ଧ ମାଓବାଦୀ ପାର୍ଟିରେ ବିଭିନ୍ନ କ୍ୟାଡରରେ କାର୍ଯ୍ୟ କରୁଥିବା ମୋଟ ୨୨୭ ମାଓବାଦୀ ସଦସ୍ୟ କୋଥାଗୁଡେମ୍ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ନକ୍ସଲ ଦଳର ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି ଯେ ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହାଁନ୍ତି ଏବଂ ସାଧାରଣ ଜୀବନଯାପନ କରିବାକୁ ଚାହାଁନ୍ତି, ସେମାନେ ନିକଟତମ ପୁଲିସ ଷ୍ଟେସନ କିମ୍ବା ଜିଲ୍ଲା ଉଚ୍ଚ ପଦାଧିକାରୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟ କିମ୍ବା ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରନ୍ତୁ। ଆତ୍ମସମର୍ପଣ କରିଥିବା ଦଳର ସଦସ୍ୟଙ୍କ ଜୀବିକା ତଥା ପୁନଃ ଥଇଥାନ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe