Lightning in Bangiriposhi in Mayurbhanj district. Photograph: (sambad.in )
ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ବୁଢିଖମାରୀ ପଞ୍ଚାୟତ ଜଳଡିହା ଓ ରାଜାବସା ଗ୍ରାମର ଆଠ ଜଣ ଚାଷୀଙ୍କ ୧୦ଟି ବଳଦ ଓ ୫ଟି ଗାଈ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଗୋଟିଏ ଗୋରୁ ଗୁରୁତର ଅଛି। ପ୍ରାଣୀ ଚିକିତ୍ସକ ଗୋରୁକୁ ଚିକିତ୍ସା କରୁଛନ୍ତି। ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
ବୁଢିଖମାରୀ ପଞ୍ଚାୟତ ରାଜା ବସା ଗ୍ରାମର ଚାଷୀ ହରିଶ ଚନ୍ଦ୍ର ମାରାଣ୍ଡିଙ୍କ ସାତଟି ଗୋରୁ, ଦେଲ୍ଲହ ସରେନଙ୍କ ଗୋଟିଏ, କାଳି ମାରାଣ୍ଡିଙ୍କ ଗୋଟିଏ ସହିତ ଜଳଡ଼ିହା ଗ୍ରାମର ଶ୍ଯାମୁ ମାରାଣ୍ଡିଙ୍କ ଦୁଇଟି, ଦଲଗା ମାରାଣ୍ଡିଙ୍କ ଗୋଟିଏ, ହରି ଟୁଡୁଙ୍କ ଗୋଟିଏ, ଧାନୀ ମାରାଣ୍ଡିଙ୍କ ଗୋଟିଏ, ସାକିଲା ଟୁଡୁଙ୍କ ଗୋଟିଏ ଗୋରୁ ମୃତ୍ୟୁ ହୋଇଛି। ଗୋଟିଏ ଗୋରୁ ଗୁରୁତର ହୋଇଛି।
ଖବରରୁ ଜଣାପଡ଼ିଛି ଶୁକ୍ରବାର ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବୁଢିଖମାରୀ ପଞ୍ଚାୟତ ଦୁମାସାହି ନିକଟରେ ଥିବା ଏକ ପଡିଆରେ କିଛି ବଳଦ ଓ ଗାଈ ଚରୁ ଥିବା ବେଳେ ବର୍ଷା ଓ ପବନ ହୋଇଥିଲା। ରକ୍ଷା ପାଇବା ପାଇଁ ୧୬ ଟି ବଳଦ ଓ ଗାଈ ନିକଟସ୍ଥ ଏକ ପଣସ ଗଛ ମୂଳରେ ଆଶ୍ରୟ ନେବାକୁ ଆସିଥିଲେ। ତେବେ ହଠାତ ବଜ୍ରପାତ ହେବା ଫଳରେ ଗଛ ମୂଳରେ ଥିବା ଗୋରୁ ଗୁଡିକ ସଂଜ୍ଞାହୀନ ହୋଇ ମୃତ୍ୟୁ ବରଣ କରିଥିଲେ।
ଖବର ପାଇ ତହସିଲଦାର ଓ ପ୍ରାଣୀ ଚିକିତ୍ସକ ଅଧିକାରୀ ଘଟଣାସ୍ଥଳକୁ ଏକ ଟିମ୍ ପଠାଇ ଥିଲେ। ଏଭିଓ ସୁରେନ୍ଦ୍ର ନାଥ ବେଶ୍ରା କହନ୍ତି ୧୫ ଟି ମୃତ ଗୋରୁ ଓ ଗାଈ ଙ୍କ ଶବବେବଛେଦ ପରେ ପୋତି ଦିଆଯାଇଛି। ଏ ବାବଦରେ ତହସିଲଦାର ରଘୁନାଥ ଟୁଡୁ କହିଛନ୍ତି ଶବ ବ୍ୟବଚ୍ଛଦ ରିପୋର୍ଟ ଆସିଲେ ସରକାରୀ ଆର୍ଥିକ ସହାୟତା ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀ ପରିବାରଙ୍କୁ ଗୋରୁ ପ୍ରତି ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରାଣୀ ଚିକିତ୍ସକ।
Mayurbhanj
Follow Us