ବିବାହ ଭୋଜିରେ ଯୋଗ ଦେଇ ଫେରିବା ବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ: ୧୫ରୁ ଊର୍ଦ୍ଧ୍ବ ଆହତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣିରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣିରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। 

ସୂଚନା ଅନୁଯାଇ ଝରିଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାପଦର ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବୁଧବାର ଦିନ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଚାନ୍ଦଲି ଗ୍ରାମର ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଏକ ଅଟୋ ଗାଡ଼ିରେ ମୁଣ୍ଡାପଦର ଗ୍ରାମକୁ ଯାଇଥିଲେ। ସେଠାରେ ବିବାହ ଭୋଜିରେ ଯୋଗ ଦେଇ ପୁଣି ଅଟୋରେ ଅପରାହ୍ନରେ ଚାନ୍ଦିଲି ଅଭିମୁଖେ ବାହାରିଥିଲେ। ମୁଣ୍ଡାପଦରରୁ ୭ କିମି ଦୂର ଡାବୁଗାଁର କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ସେଥି ମଧ୍ୟରୁ ରାଇବତି ଜାନି (୫୦), ମଙ୍ଗାଇ ଜାନି (୫୦), ମଞ୍ଜୁଳା ଜାନି(୨୫), ରେବତୀ ଜାନି(୫୨), ଦୈତାରି ଜାନି (୪୬) ଗୁରୁତର ଆହତ ହୋଇଥିବା ବେଳେ ଲାଇବାନ ଜାନି, ଲକ୍ଷ୍ମୀ ଜାନି, ପ୍ରେମାନନ୍ଦ ହରିଜନ, କମଳା ଜାନି, ରଦମା ଜାନି, ହାରାବତି ଜାନି, ମଇନା ଜାନି, ଖଗେଶ୍ୱରି ଜାନି ଓ ଟୋଭା ଜାନି ଆହତ ହୋଇଥିଲେ।

ମୁଣ୍ଡାପଦରରୁ ୭ କିମି ଦୂର ଡାବୁଗାଁର କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ।

publive-image

ଡ୍ରାଇଭର ଭାରସାମ୍ୟ ହରାଇବାରୁ ଅଟୋ ଗଡାଣିଆ ରାସ୍ତା ଉପରେ ୩ ଥର ପଲଟି ମାରିଥିଲା। ଅଟୋ ଦୁର୍ଘଟଣାରେ ଆହତଙ୍କ ଆତ୍ମୀୟ ପରିଜନ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିଡ଼ ଲଗାଇଥିବା ବେଳେ ସନ୍ଧ୍ୟାରେ ସ୍ୱାସ୍ଥ୍ୟକେନ୍ଦ୍ରରେ କାନ୍ଦ ବୋବାଳି ଲାଗି ରହିଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୫ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାବୁଗାଁ ପୁଲିସ ଘଟଣାର ତଦନ୍ତ କରୁଛନ୍ତି। 

Accident | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe