ଛତିଶଗଡ଼ ପୁଲିସ ନିକଟରେ ୧୫ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ଲଗାତାର ପୁଲିସର ଚଢାଉରେ ଭୟଭିତ ହୋଇ ମୃତ୍ୟୁକୁ ଅତି ନିକଟରେ ଦେଖି ସଂଗଠନ ଛାଡିବାକୁ ବାଧ୍ୟ ହେଲେଣି।

5 naxal surender

5 naxal surender Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ଲଗାତାର ପୁଲିସର ଚଢାଉରେ ଭୟଭିତ ହୋଇ ମୃତ୍ୟୁକୁ ଅତି ନିକଟରେ ଦେଖି ସଂଗଠନ ଛାଡିବାକୁ ବାଧ୍ୟ ହେଲେଣି। ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣଙ୍କ ନାମରେ ପୁରସ୍କାର ରାଶି ରହିଛି। ଏମାନେ ହେଲେ ୮ ଲକ୍ଷ ପୁରସ୍କାର ଘୋଷିତ କମ୍ପାନି ନମ୍ବର ୬ର ସଦସ୍ୟ ଶାନ୍ତି ମାଣ୍ଡବୀ,୩ ଲକ୍ଷ ପୁରସ୍କାର ଘୋଷିତ ସୁଖରାମ ଓରଫ ବାଦଲ, ୨ ଲକ୍ଷ ପୁରସ୍କାର ଗୋଷିତ ସିଏନଏମ ଅଧ୍ୟକ୍ଷ ପ୍ରକାଶ ଅରଫ ଚିନ୍ନା, ଜନତନା ସରକାର ଉପାଧ୍ୟକ୍ଷ ମୁକେଶ ଅରଫ କମଲୁ ସୁଣ୍ଡାମ, କେଏଏମଏସ ସଦସ୍ୟ ମୁଚାକି ସନ୍ନି ଏବଂ ସଂଘମ ସଦସ୍ୟ ଯୋଗା ମୁଡାମ।

ଆତ୍ମସମର୍ପଣ କରିଥିବା ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେବା ସହ ସରକାରଙ୍କର ଥଇଥାନ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା କହିଥିଲେ। 

ସେହିପରି ସୁକମା ପୁଲିସ ନିକଟରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ୨୬ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନଙ୍କ ମଧ୍ୟରୁ ୬ ଜଣ ମହିଳା ନକ୍ସଲ ଏବଂ ଜଣେ ପିଏଲଜିଏ ବାଟାଲିୟନର ସକ୍ରିୟ ସଦସ୍ୟ ରହିଛି। ସୁରକ୍ଷାକର୍ମୀ ଲଗାତାର ସଫଳତା ପାଉଥିବାରୁ ନକ୍ସଲମାନଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଏବଂ ସୁରକ୍ଷାକର୍ମୀ ନକ୍ସଲ ପ୍ରବଣ ଅଂଚଳରେ ପଶି ଲୋକଙ୍କୁ ବୁଝାସୁଝା କରିବା ସହ ନକ୍ସଲମାନେ କିପରି ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଇବେ ସେନେଇ ବୁଝାଉଥିବାରୁ ଏଭଳି ସଫଳତା ମିଳୁଥିବା ପୁଲିସ କହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe