ଶିକୁଳିରେ ବନ୍ଧା ବିଶ୍ଵାମିତ୍ରଙ୍କ ଜୀବନ: ପୁଅର ଚିକିତ୍ସା ପାଇଁ ବାପାଙ୍କ ନିବେଦନ

ଦୁଇ ବର୍ଷ ହେଲା ଶିକୁଳି ବନ୍ଧା ଜୀବନ କଟାଉଛନ୍ତି ବିଶ୍ଵାମିତ୍ର। ଯେଉଁ ସମୟରେ ଅନ୍ୟ ପିଲାଙ୍କ ଭଳି ହସଖୁସିରେ ଖେଳିବା ବଦଳରେ ନିଜ ପୁଅର ଦୁଇ ଗୋଡ଼ରେ ଶିକୁଳି ବନ୍ଧା ଜୀବନ କାଟୁଥିବା ଦେଖି ପରିବାର ବାପା ଓ ମା ଆଖିରୁ ଲୁହ ଝରୁଛି।

ଅଦ୍ୟତନ ହୋଇଛି
biswamitra

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁଆରୀ ପଞ୍ଚାୟତ ପକାରୀ ଗ୍ରାମର ବ୍ରଜମନ ପ୍ରଧାନଙ୍କ ପୁଅ ବିଶ୍ଵାମିତ୍ର ପ୍ରଧାନ ଦୁଇ ବର୍ଷ ହେଲା ମାନସିକ ରୋଗରେ ପୀଡିତ ଅଛନ୍ତି। ତିନି ଝିଅ ଦୁଇ ପୁଅ ସହ ୫ ଜଣଙ୍କୁ ନେଇ ବ୍ରଜମନଙ୍କ ପରିବାର। ବ୍ରଜମନ ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ବିଶ୍ଵାମିତ୍ର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ୧୩ ବର୍ଷ ବୟସରେ ବିଧାତା ଦାଉ ସାଜିଥିଲା। ସେ ମାନସିକ ଭାରସାମ୍ୟ ହରାଇବାରୁ  ଘରେ ଶିକୁଳିରେ ବାନ୍ଧି ରଖିବାକୁ ପଡ଼ିଲା ବୋଲି କହିଛନ୍ତି ପରିବାର ଲୋକେ। ଦୁଇ ବର୍ଷ ହେଲା ଶିକୁଳି ବନ୍ଧା ଜୀବନ କଟାଉଛନ୍ତି ବିଶ୍ଵାମିତ୍ର। ଯେଉଁ ସମୟରେ ଅନ୍ୟ ପିଲାଙ୍କ ଭଳି ହସଖୁସିରେ ଖେଳିବା ବଦଳରେ ନିଜ ପୁଅର ଦୁଇ ଗୋଡ଼ରେ ଶିକୁଳି ବନ୍ଧା ଜୀବନ କାଟୁଥିବା ଦେଖି ପରିବାର ବାପା ଓ ମା ଆଖିରୁ ଲୁହ ଝରୁଛି। ଅର୍ଥ ଅଭାବରୁ ଯୋଗୁଁ ପୁଅକୁ ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇ ପାରୁନାହିଁ ବୋଲି କହିଛନ୍ତି ବ୍ରଜମନ। ଏଥିନେଇ ସେ ସକ୍ଷମ ନୁହେଁ ବୋଲି କୋହଭରା ହୃଦୟରେ ପ୍ରଶାସନକୁ ନିବେଦନ କରିଛନ୍ତି।

biswamitra

ନିଜ ପୁଅର ଦୁଇ ଗୋଡ଼ରେ ଶିକୁଳି ବନ୍ଧା ଜୀବନ କାଟୁଥିବା ଦେଖି ପରିବାର ବାପା ଓ ମା ଆଖିରୁ ଲୁହ ଝରୁଛି। ଅର୍ଥ ଅଭାବରୁ ଯୋଗୁଁ ପୁଅକୁ ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇ ପାରୁନାହିଁ ବୋଲି କହିଛନ୍ତି ବ୍ରଜମନ। ଏଥିନେଇ ସେ ସକ୍ଷମ ନୁହେଁ ବୋଲି କୋହଭରା ହୃଦୟରେ ପ୍ରଶାସନକୁ ନିବେଦନ କରିଛନ୍ତି।

ସେପଟେ ପରିବାର ଚଳାଉଥିବା ବ୍ରଜମନ କହିଛନ୍ତି ଦିନ ମଜୁରିଆ ଯାଇ ଯେତିକି ମିଳୁଛି ସେତିକି ରେ ପରିବାର ଚଳିବା କଷ୍ଟ। ପୁଣି ପୁଅ ଚିକିତ୍ସା ପାଇଁ ହାତରେ ଅର୍ଥ ନାହିଁ। ସୁନା, ରୁପା ଠାରୁ ଜମି ପର୍ଯ୍ୟନ୍ତ ବିକ୍ରି କରି ଯେତି ଟଙ୍କା ମିଳିଛି ସବୁତକ ଖର୍ଚ୍ଚ ହେବା ପରେ ଚିନ୍ତାରେ ପରିବାର। ବ୍ଲକ ପ୍ରଶାସନଙ୍କ ତରଫରୁ ଦିବ୍ୟାଙ୍ଗ ଭତ୍ତା ଓ ଚାଉଳ ୫ କିଲୋ ମିଳୁଛି। ଏହା ପ୍ରତିପୋଷଣ ପାଇଁ ହେଉଛି। ହେଲେ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ଅଭାବ ସମସ୍ୟା ରହିଛି। ପୂର୍ବରୁ ବିଶ୍ଵାମିତ୍ରକୁ ବାପା ବ୍ରଜମନ ସାରଙ୍ଗଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ନିରାଶ ହେଇ ଫେରିଛନ୍ତି। ବର୍ତ୍ତମାନ ଏକମାତ୍ର ସାହା ଭରଷା ହେଉଛି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନର ସହାୟତା। ଏଥିପାଇଁ ବ୍ରଜମନ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe