ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

Advertisment

ଘୁ.ଉଦୟଗିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବାଦ ଏବଂ ଆମଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଦ୍ୟାଳୟର ମୋଟ ୧୫୯ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଘୁ.ଉଦୟଗିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବାଦ ଏବଂ ଆମଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଦ୍ୟାଳୟର ମୋଟ ୧୫୯ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଘୁ.ଉଦୟଗିରି: ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବାଦ ଏବଂ ଆମଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଦ୍ୟାଳୟର ମୋଟ ୧୫୯ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୬, ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ୬୨ଏବଂ ଭାଷାଜ୍ଞାନରେ ୧୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସରସ୍ୱତୀ ଶିଶୁ ମନ୍ଦିର, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଆଶିଷ ପବ୍ଲିକ ସ୍କୁଲ, ହାଟପଦା ପ୍ରାଥମିକ ବିଦ୍ୟାଳୟ, ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ରୀରାମ ପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଡ଼ ସାଫେଡ ଇଂଲିଶ ମିଡ଼ିୟମ ସ୍କୁଲ, ଇଡେନ ପବ୍ଲିକ ସ୍କୁଲ, ସୁଭଦ୍ରା ମହତାବ ସେବାସଦନ, ଅନ୍ୱେଷା ବାଳକ ଏବଂ ବାଳିକା ଛାତ୍ରାବାସର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭାଗ ନେଇଥିଲେ।

୭ଟି ବିଦ୍ୟାଳୟରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୬, ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ୬୨ଏବଂ ଭାଷାଜ୍ଞାନରେ ୧୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ବ ହେବା ସହ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା।ଶିଶୁ ମନ୍ଦିର ବୌଦ୍ଧିକ ମଣ୍ଡପରେ ଅନୁଷ୍ଠିତ ପୁରସ୍କାର ବିତରାଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀ, ଅନ୍ୱେଷା ବାଳକ ଛାତ୍ରାବାସର ଅଧୀକ୍ଷକ ସୁଧୀର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷା ବିଭାଗ ଅଧ୍ୟାପକ ଲଡୁ କିଶୋର ରଥ  ଯୋଗ ଦେଇଥିଲେ।

ସମ୍ବାଦ ପ୍ରତିନିଧି ସମିର କୁମାର ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା କୃତି ପ୍ରତିଯୋଗୀମାନେ ହେଲେ ଚିତ୍ରାଙ୍କନ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରେୟାସି ପ୍ରଧାନ, ସ୍ମୃତିପ୍ରଜ୍ଞା ମହାମଲ୍ଲିକ ଦ୍ୱିତୀୟ, ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀ ରଂଜନା ସାହୁ, ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରଟି ମନସୁଖ ପାତ୍ର ପ୍ରଥମ, ସେହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଦାରୁବ୍ରହ୍ମ ପ୍ରଧାନ ଦ୍ୱିତୀୟ, ଇଡେନ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ନିମିକା ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

publive-image

ଭାଷାଜ୍ଞାନ ପରୀକ୍ଷାରେ ଶିଶୁ ମନ୍ଦିରର ନବମ ଶ୍ରେଣୀ ଛାତ୍ର ଅଭିଳାଷ ପଟ୍ଟନାୟକ ପ୍ରଥମ, ସୁଭଦ୍ରା ମହତାବ ସେବାସଦନର  ଦଶମ ଶ୍ରେଣୀ ଛାତ୍ରୀ ବୈଶାଳୀ ବଳିଆରସିଂ ଦ୍ୱିତୀୟ ଏବଂ ଶିଶୁ ମନ୍ଦିରର ଦଶମ ଶ୍ରେଣୀ ଛାତ୍ର ପ୍ରିୟ ପ୍ରକାଶ ସାସମଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ମାଧବାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଜୀ ଚନ୍ଦନ ନାୟକ, ଚକାଡୋଳା ସାହୁ, ଅଶ୍ୱସ୍ତମା ପ୍ରଧାନ, ବାବୁଲା ଦଳବେହେରା, ଗୁରୁମା ସରିତା ପାଢ଼ୀ, ଅନିତା ନାୟକ, ସ୍ନେହଲତା ସେନାପତି, ମନୀଷା ନାୟକ, ସୁକାନ୍ତି ପ୍ରଧାନ, ରଶ୍ମିତା ପାଣିଗ୍ରାହୀ, ବିଷ୍ଣୁପ୍ରିୟା ସାହୁ, ସହକାରୀ ଶିକ୍ଷକ ପ୍ରଭାସ ପଣ୍ଡା ପ୍ରମୁଖ ପରୀକ୍ଷାରେ ସହଯୋଗ କରିଥିଲେ।

ଶ୍ରୀ ପାଢୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବ ସାମ୍ବାଦିକ ଚିନ୍ମୟ କୁମାର ସେଠୀ, ବିଷ୍ଣୁ ପ୍ରସାଦ ସାହୁ, ଫିଲିମୋହନ ପ୍ରଧାନ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe