‘୫ ବର୍ଷରେ ରାଜ୍ୟର ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ‘

Advertisment

ରାଜ୍ୟର ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ପରେ ଚାଷଜମୀକୁ ଜଳସେଚନ ସୁବିଧା ଦେବା ପାଇଁ ଚିନ୍ତା କରିଛନ୍ତି। ଆଗାମୀ ୫ ବର୍ଷରେ ରାଜ୍ୟ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ...

ରାଜ୍ୟର ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ପରେ ଚାଷଜମୀକୁ ଜଳସେଚନ ସୁବିଧା ଦେବା ପାଇଁ ଚିନ୍ତା କରିଛନ୍ତି। ଆଗାମୀ ୫ ବର୍ଷରେ ରାଜ୍ୟ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ...

Prithivraj Harichandan

Prithivraj Harichandan Photograph: (sambad.in)

ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀମାନଙ୍କର ଆୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ କାମ କରୁଛନ୍ତି। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ପରେ ଚାଷଜମିକୁ ଜଳସେଚନ ସୁବିଧା ଦେବା ପାଇଁ ଚିନ୍ତା କରିଛନ୍ତି। ଆଗାମୀ ୫ ବର୍ଷରେ ରାଜ୍ୟର ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ‌ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଦିନ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ଅଧିକାଂଶ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ। ସେହିପରି ରାଜ୍ୟର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। ଗ୍ରାମାଞ୍ଚଳରେ ଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଚାଷକାମ କରି ଜୀବନ ବିତାଇଥାନ୍ତି। କିନ୍ତୁ ରାଜ୍ୟର ଅଧିକାଂଶ ଚାଷଜମିରେ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା ନଥିବାରୁ ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି। ଫଳରେ ଫସଲହାନୀ ଓ ମରୁଡ଼ିଜନିତ ସମସ୍ୟା ଦେଖାଯାଉଛି। 

ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଟ୍ୱିନସିଟିରେ ନୂଆ ଆଇଟି ପାର୍କ ହେବ। ୧୦୦୦ ହେକ୍ଟର ଜମିରେ ନୂଆ ଆଇଟି ପାର୍କ ପ୍ରତିଷ୍ଠା ହେବ। ଆଇଟି ଶିଳ୍ପ ପାଇଁ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍ ଏରିଆ ତିଆରି ହେବ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ ହେବ।

ପୂର୍ତ୍ତମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ସଡ଼କ ନିର୍ମାଣରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ୫ଟି ବଡ଼ ସହର ସମେତ ୧୧ ସହରରେ ରିଙ୍ଗ ରୋଡ଼ ତିଆରି ହେବ। ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ଗ୍ରୀନ ଫିଲ୍ଡ କରିଡର ନିର୍ମାଣ ହେବ।

Farmers | Prithviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe