ଅସ୍ତ୍ର ଛାଡ଼ି ଶାନ୍ତି ମାର୍ଗ ବାଛିଲେ: ସୀମାନ୍ତରେ ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆବୁଝମାଡ ଜଂଗଲର ୧୬ ଜଣ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Mkg 16 naxal surender

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆବୁଝମାଡ ଜଂଗଲର ୧୬ ଜଣ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଲଚ୍ଛୁ ପଡିଆମି(୪୪), କେସା କୁଞ୍ଜାମ(୩୮), ମୁନ୍ନା ହେମଲା(୪୦), ଜରୁ ପଲ୍ଲୋଶ୍ର(୩୬), ମାସୁ ମହନ୍ଦା(୪୩), ଲାଲୁ ପୋୟାମ(୩୫), ରେନୁ ମହନ୍ଦା(୩୨), ଜରୁରାମ ମହନ୍ଦା(୩୩), ବୁଧୁରାମ ମହନ୍ଦା(୨୯), ଚିନ୍ନା ମଞ୍ଜି(୩୪), କୁମ୍ଭା ମଞ୍ଜି(୩୪), ବୋଦି ମେହନ୍ଦା(୩୦), ବିରଜୁ ମହନ୍ଦା(୩୦), ବୁଧୁ ମଜ୍ଜି(୩୩) ଏବଂ କୋସା ମେହନ୍ଦା(୩୪)।

ମାଓ ସଂଗଠନରେ କ୍ୟାଡର ନକ୍ସଲମାନେ ଆଦିବାସୀ ଛୋଟ ନକ୍ସଲମାନଙ୍କୁ ହୀନ ଚକ୍ଷୁରେ ଦେଖନ୍ତି। ସଂଗଠନରେ ଭେଦଭାବ ଓ ନିର୍ଯାତନା ବଢିଛି। ପୁଲିସ ଲଗାତାର କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ଅପରେସନକୁ ଜୋରଦାର କରିବା ଯୋଗୁଁ ନକ୍ସଲ ଭୟଭୀତ ରହିଥିବା କହିଛନ୍ତି।

ଏମାନଙ୍କ ମଧ୍ୟରେ କିଛି ବ୍ୟକ୍ତି ଜନତାନା ସରକାର ସଦସ୍ୟ, ମିଲିସିଆ କମାଣ୍ଡର, ସିଏନଏମ ଅଧ୍ୟକ୍ଷ,ପଞ୍ଚାୟତ ସରକାର ସଦସ୍ୟ, ପଞ୍ଚାୟତ ମିଲିସିଆ ସଦସ୍ୟ ଭଳି ନକ୍ସଲ ରହିଛନ୍ତି। ଏମାନେ ଆତ୍ମସମର୍ପଣ ପରେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ବିଶେଷ କରି ସଂଗଠନରେ କ୍ୟାଡର ନକ୍ସଲମାନେ ଆଦିବାସୀ ଛୋଟ ନକ୍ସଲମାନଙ୍କୁ ହୀନ ଚକ୍ଷୁରେ ଦେଖନ୍ତି। ସଂଗଠନରେ ଭେଦଭାବ ଓ ନିର୍ଯାତନା ବଢିଛି। ପୁଲିସ ଲଗାତାର କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ଅପରେସନକୁ ଜୋରଦାର କରିବା ଯୋଗୁଁ ନକ୍ସଲ ଭୟଭୀତ ରହିଥିବା କହିଛନ୍ତି। ପୁଲିସ ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ଅନୁରୋଧ କରୁଛନ୍ତି ଯେ ତୁରନ୍ତ ଆତ୍ମସମର୍ପଣ କରି ନିଜର ବାକି ଜୀବନ ବେଶ ଖୁସିରେ କାଟନ୍ତୁ। ପରିବାର ଲୋକଙ୍କ କଥା ଚିନ୍ତା କରି ଘରକୁ ଫେରିଆସନ୍ତୁ ବୋଲି କହିଛନ୍ତି। 

Malkangiri | maoists 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe