୧୬୭ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ଚଳିତ ବର୍ଷ +୨ କଳା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ ଭି କୀର୍ତ୍ତିୱାସନଙ୍କ ଦ୍ୱାରା କରାଯାଇଥିଲା। ଜିଲ୍ଲା ର ୧୪ଟି ବ୍ଲକ ଏବଂ ୪ଟି ପୌରପାଳିକାରୁ ୧୬୭ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଗସ୍ତ କରୁଛନ୍ତି।

tithyatra

Tirtha yatra Photograph: (Sambad )

କୋରାପୁଟ: ଚଳିତ ବର୍ଷ +୨ କଳା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ ଭି କୀର୍ତ୍ତିୱାସନଙ୍କ ଦ୍ୱାରା କରାଯାଇଥିଲା। ଜିଲ୍ଲା ର ୧୪ଟି ବ୍ଲକ ଏବଂ ୪ଟି ପୌରପାଳିକାରୁ ୧୬୭ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଗସ୍ତ କରୁଛନ୍ତି।

ପ୍ରଥମେ ପର୍ଯ୍ୟାୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କିଛି ଜରୁରୀ ଔଷଧ ପ୍ରଦାନ କରାଯାଇଥିଲା। ୨ଟି ବସରେ ଏହି ବରିଷ୍ଠନାଗରିକ ମାନେ ତୀର୍ଥଯାତ୍ରା ବାହାରିବା ସମୟରେ ଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉତ୍ସାହିତ କରିବା ସହ ଏବଂ ସେମାନଙ୍କୁ ଶୁଭ ଯାତ୍ରାପାଇଁ କାମନା କରିଥିଲେ।

କୋରାପୁଟରୁ ସଂଧ୍ୟାରେ ବସ ବାହାରି ରାୟଗଡାରେ ପହଚିଂଥିଲା। ବୁଧବାର ସକାଳୁ ରାୟଗଡାରୁ ସ୍ବତନ୍ତ୍ର ଟ୍ରେନ ଯୋଗେ କୋଲକାତା ପ୍ରଥମେ ଯିବେ। ସେଠାରେ ଦକ୍ଷିଣେଶ୍ବରୀ, ମା କାଳୀ ଆଦିଙ୍କ ଦର୍ଶନ କରିବା ପରେ ଆସାମର ଗୁଆହାଟୀକୁ ଯାଇ ସେଠାରେ ମା କାମାକ୍ଷୀଙ୍କ ଦର୍ଶନ କରି ସେଠାରୁ ଫେରିବେ ବୋଲି ସୂଚନା ମିଳିଛି।

କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟଲିନା ପ୍ରଧାନୀ ପରିଚାଳନା କରିଥିବା ବେଳେ କନିଷ୍ଠ ସହାୟକ ମନୋରଞ୍ଜନ ନାୟକ ସହଯୋଗ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe