ଆନ୍ଧ୍ରକୁ ଚାଲାଣ ପୂର୍ବରୁ କଣ୍ଟାବାଞ୍ଜିରେ ୧୮ଜଣ ଦାଦନ ଶ୍ରମିକ ଉଦ୍ଧାର

ପଡୋଶୀ ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରିବା ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ଚାଲାଣ ବେଳେ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କଣ୍ଟାବାଞ୍ଜି ପୁଲିସ ‌ମଙ୍ଗଳବାର ସନ୍ଧ୍ୟା ପାଟ୍ରୋଲିଂ ‌ବେଳେ ୪ ଜଣ ପୁରୁଷ ଓ ୭ ଜଣ ମହିଳାଙ୍କ ସମେତ ଶିଶୁମାନଙ୍କୁ ଉଦ୍ଧାର କରିଛି। 

labour

କଣ୍ଟାବାଞ୍ଜି: ପଡୋଶୀ ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରିବା ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ଚାଲାଣ ବେଳେ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କଣ୍ଟାବାଞ୍ଜି ପୁଲିସ ‌ମଙ୍ଗଳବାର ସନ୍ଧ୍ୟା ପାଟ୍ରୋଲିଂ ‌ବେଳେ ୪ ଜଣ ପୁରୁଷ ଓ ୭ ଜଣ ମହିଳାଙ୍କ ସମେତ ଶିଶୁମାନଙ୍କୁ ଉଦ୍ଧାର କରିଛି। 

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ୧୮ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ପୁଲିସ ପାଟ୍ରୋଲିଙ୍ଗ ସମୟରେ ଡ଼ଙ୍ଗାମରା ଗାଁ ଛକ ନିକଟରେ ଏକ ଟାଟା ଏସିଇ ଗାଡ଼ିରେ ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି। ଏହା ସହ ଦାଦନ ସର୍ଦାର ପ୍ରଦୀପ ବେହେରା ସମେତ ଗାଡି ସହ ଗାଡି ଡ୍ରାଇଭରକୁ ମଧ୍ୟ ଅଟକ ରଖି ଅଧିକ ତଦନ୍ତ କରୁଛି।

ଦାଦନ ଶ୍ରମିକମାନେ କଣ୍ଟାବାଞ୍ଜି ଥାନା ସର୍ଦାପୁର ଗାଁର ବୋଲି ଜଣାପଡିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୭ଜଣ ମହିଳା ଅଛନ୍ତି। କାଗଜପତ୍ର ଯାଞ୍ଚ କରି ନିଜନିଜ ଘରକୁ ପଠାଇବାକୁ ବ୍ୟବସ୍ଥା କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe