ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ; ଜାନୁଆରି ୮ରୁ ୩ ଦିନ ହେବ ସମାରୋହ

ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ। ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ। ତିନି ଦିନିଆ ଏହି ସମାରୋହ ଜାନୁଆରି ୧୦ ତାରିଖ ଯାଏଁ ଚାଲିବ। ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

prabasi

ଭୁବନେଶ୍ବର: ଆସନ୍ତା ବର୍ଷ ଭୁବନେଶ୍ବରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ। ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ। ତିନି ଦିନିଆ ଏହି ସମାରୋହ ଜାନୁଆରି ୧୦ ତାରିଖ ଯାଏଁ ଚାଲିବ। ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ସମାରୋହ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।  ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ମୂଳ ଲକ୍ଷ୍ୟ ରଖାଯାଇଛି। 

ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ସମାରୋହ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି। ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ମୂଳ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ୧୯୧୫ ଜାନୁଆରି ୯ରେ ଦକ୍ଷିଣ ଆଫ୍ରିକାରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଗମନକୁ ସ୍ମରଣ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଦେଶର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ ପାଇଁ ଭାରତ ୨୦୦୩ରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରିଆସୁଛି। ୨୦୨୩ ମସିହାରେ ଜାନୁଆରି ୮ରୁ ୧୦ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଇନ୍ଦୋରରେ ଶେଷ ପ୍ରଭାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe