ଜୁନ ୧ରୁ ଆଜି ଯାଏଁ ସ୍ୱାଭାବିକ ଠାରୁ ୧୯% ଅଧିକ ବର୍ଷା ହୋଇଛି

Advertisment

ରାଜ୍ୟର ପାଣିପାଗ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି। ସେ କହିଛନ୍ତି, ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ।

ରାଜ୍ୟର ପାଣିପାଗ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି। ସେ କହିଛନ୍ତି, ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ।

New Project (1) (1)

ଭୁବନେଶ୍ବର: ରାଜ୍ୟର ପାଣିପାଗ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି। ସେ କହିଛନ୍ତି, ଅବପାତ ଉତ୍ତର ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଡ଼େ ଅଛି। ଏହି କାରଣରୁ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି କାରଣରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର ଓ ଅନୁଗୁଳରେ ବର୍ଷା ହେବ। ଠିକ୍ ସେହିପରି ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ୩-ରୁ ୪୦ କିଲୋମିଟର ବେଗରେ ବହିବ। ଆଗାମୀ ଦୁଇ ଦିନ ପାଇଁ ମତ୍ସଜୀଵୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି।

ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ। ଆସନ୍ତାକାଲି ଠାରୁ ଓଡ଼ିଶାରୁ ୱାର୍ଣ୍ଣିଙ୍ଗ ହଟିବ. କେବଳ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ରହିବ। ୧୮୨ ଏମଏମ୍ ସହ ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜ ଜିଲ୍ଲା ମୋରଡାରେ ହୋଇଛି। ଜୁନ ୧ ତାରିଖରୁ ଆଜି ଯାଏଁ ସ୍ୱାଭାବିକ ଠାରୁ ୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି।

ସେ ଆହୁରି କହିଛନ୍ତି, ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ। ଆସନ୍ତାକାଲି ଠାରୁ ଓଡ଼ିଶାରୁ ୱାର୍ଣ୍ଣିଙ୍ଗ ହଟିବ. କେବଳ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ରହିବ। ୧୮୨ ଏମଏମ୍ ସହ ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜ ଜିଲ୍ଲା ମୋରଡାରେ ହୋଇଛି। ଜୁନ ୧ ତାରିଖରୁ ଆଜି ଯାଏଁ ସ୍ୱାଭାବିକ ଠାରୁ ୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe