ଆଇପିଏଲ୍: ଚେନ୍ନାଇ ଆଗରେ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ଅଷ୍ଟାଦଶ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହୋଇଛନ୍ତି।

ଅଦ୍ୟତନ ହୋଇଛି
RCB Vs CSK

RCB Vs CSK Photograph: (Aajtak)

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟାଦଶ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିଲି ଚେନ୍ନାଇ ଟିମ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ଅଧିନାୟକ ରଜନ ପାଟିଦାରଙ୍କ ନେତୃତ୍ବରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୯୬ ରନ୍ କରିଛି। ଫଳରେ ଚେନ୍ନାଇକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୯୭ ରନ୍‌ର ଲକ୍ଷ୍ୟ ମିଳିଛି। 

ଅଧିନାୟକ ରଜନ ପାଟିଦାରଙ୍କ ନେତୃତ୍ବରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୯୬ ରନ୍ କରିଛି। ଫଳରେ ଚେନ୍ନାଇକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୯୭ ରନ୍‌ର ଲକ୍ଷ୍ୟ ମିଳିଛି। ବେଙ୍ଗାଲୁରୁ ପାଇଁ ଅଧିନାୟକ ରଜତ ପାଟିଦାର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ କରିଥିଲେ। 

ବେଙ୍ଗାଲୁରୁ ପାଇଁ ଅଧିନାୟକ ରଜତ ପାଟିଦାର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ କରିଥିଲେ। ସେ ୩୨ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୫୧ ରନ୍ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ଓ ବିରାଟ କୋହଲି ଯଥାକ୍ରମେ ୩୨ ଓ ୩୧ ରନ୍ କରିଥିଲେ। ସେହିପରି ଦେବଦତ୍ତ ପଡ଼ିକଲ ୨୭ ରନ୍ ଓ ଟିମ୍ ଡାଭିଡ ଅପରାଜିତ ୨୨ ରନ୍ ଯୋଗଦାନ ଦେଇଥିଲା ବେଳେ ଜିତେଶ ଶର୍ମା ୧୨ ରନ୍ ଏବଂ ଲିଆମ ଲିଭିଂଷ୍ଟୋନ୍‌ଙ୍କ ବ୍ୟାଟରୁ ୧୦ ରନ୍ ଅମଳ ହୋଇଥିଲା। 


ଚେନ୍ନାଇ ପାଇଁ ନୁର ଅହମଦ୍ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୩୬ ରନ୍ ଖର୍ଚ୍ଚ କରିଥିଲା ବେଳେ ବେଙ୍ଗାଲୁରୁର ଦୁଇ ପ୍ରାରମ୍ଭିକ ବ୍ୟାଟରଙ୍କ ସମେତ ଲିଆମ୍ ଲିଭିଂଷ୍ଟୋନ୍‌ଙ୍କୁ ଆଉଟ୍ କରିଥିଲେ। ମଥୀଶା ପଥିରଣା ୨ଟି ୱିକେଟ୍ ନେଇଥିଲା ବେଳେ ଖଲୀଲ ଅହମଦ ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 

IPL | CSK Vs RCB 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe