କୋଲକାତା ଆଗରେ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ, ଶୁବମନ-ସୁଦର୍ଶନଙ୍କ ଅର୍ଦ୍ଧଶତକ

ଆଇପିଏଲ୍-୨୦୨୫ର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇର୍ଡସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇର୍ଡେନ୍ ଗାର୍ଡେନ୍ସରେ ସୋମବାର ଖେଳାଯାଉଥିବା ମ୍ୟାଚ୍‌ରେ କୋଲକାତା ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା।

Gujarat Titans

Gujarat Titans Photograph: (Aajtak)

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇର୍ଡସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇର୍ଡେନ୍ ଗାର୍ଡେନ୍ସରେ ସୋମବାର ଖେଳାଯାଉଥିବା ମ୍ୟାଚ୍‌ରେ କୋଲକାତା ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଶୁବମନ ଗିଲଙ୍କ ନେତୃତ୍ବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ ହରାଇ ୧୯୮ ରନ୍ ସଂଗ୍ରହ କରିଛି। ଫଳରେ କୋଲକାତାକୁ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। 

ଗୁଜରାଟର ଇନିଂସ ଆରମ୍ଭ କରିଥିଲେ ସାଈ ସୁଦର୍ଶନ ଓ ଶୁବମନ୍ ଗିଲ। ଉଭୟ ଯୁବ ଖେଳାଳି ପ୍ରଥମ ୱିକେଟ୍ରେ ୧୧୪ ରନ୍ ଭାଗିଦାରୀ କରିଥିଲେ। କୋଲକାତାର ପ୍ରଥମ ଶିକାର ହୋଇଥିବା ସୁଦର୍ଶନ ବ୍ୟକ୍ତିଗତ ଭାବେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍ ସାମ୍ନା କରି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। 

ଗୁଜରାଟର ଅଧିନାୟକ ଶୁବମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବୈଭବ ଅରୋରାଙ୍କ ବଲ୍ରେ ଆଉଟ୍ ହୋଇ ପାଭଲିଅନ ଫେରିଯିବା ପୂର୍ବରୁ ସେ ୫୫ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୯୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୧୦ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ରାହୁଲ ତେୱାଟିଆ ଖାତା ନଖୋଲି ଆଉଟ୍ ହୋଇଥିଲେ।

ଗୁଜରାଟର ଅଧିନାୟକ ଶୁବମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବୈଭବ ଅରୋରାଙ୍କ ବଲ୍ରେ ଆଉଟ୍ ହୋଇ ପାଭଲିଅନ ଫେରିଯିବା ପୂର୍ବରୁ ସେ ୫୫ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୯୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୧୦ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ରାହୁଲ ତେୱାଟିଆ ଖାତା ନଖୋଲି ଆଉଟ୍ ହୋଇଥିଲେ। ଜୋସ୍ ବଟଲର ୨୩ଟି ବଲ୍ ଖେଳି ଅପରାଜିତ ୪୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୮ଟି ଚୌକା ସାମିଲ କରିଥିଲେ। ଶାହରୁଖ ଖାନଙ୍କ ବ୍ୟାଟ୍ରୁ ଗୋଟିଏ ଛକା ସହାୟତାରେ ୯ ରନ୍ ଅମଳ ହୋଇଥିଲା। କୋଲକାତା ପାଇଁ ବୈଭବ, ହର୍ଷିତ ରାଣା ଓ ଆନ୍ଦ୍ରେ ରସଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 

Cricket | IPL

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe