ଆଠମଲ୍ଲିକ: ଖୋଲା କୂଅରେ ପଡ଼ିଯାଇଥିଲେ ୩ଟି ବାରହା। ସେଥିମଧ୍ୟରୁ ଗୋଟିଏକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଟିର ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅଧୀନ ବାସୁଦେବପୁର ଗ୍ରାମରେ।
ଗତ ରାତିରେ ତିନିଟି ବାରହା ବାସୁଦେବପୁର ଗ୍ରାମ ଭିତରକୁ ପଶି ଆସି ଖୋଲା କୂଅରେ ପଡ଼ିଯାଇଥିଲେ। ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଗୋଟିଏ ବାରହାକୁ ଜୀବନ୍ତ ଉଦ୍ଧାର କରିଥିଲେ। ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ସୂଚନା ଅନୁଯାୟୀ, ଗତ ରାତିରେ ତିନିଟି ବାରହା ବାସୁଦେବପୁର ଗ୍ରାମ ଭିତରକୁ ପଶି ଆସି ଖୋଲା କୂଅରେ ପଡ଼ିଯାଇଥିଲେ। ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଗୋଟିଏ ବାରହାକୁ ଜୀବନ୍ତ ଉଦ୍ଧାର କରିଥିଲେ। ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ହେଲେ ଉଦ୍ଧାର ହେବା ବେଳକୁ ଅନ୍ୟ ଦୁଇଟି ବାରହା ମରିଯାଇଥିଲେ। ସେହି ଦୁଇଟି ବାରହାର ମୃତଦେହ ଉଦ୍ଧାର କରିଥିଲେ ବନ ବିଭାଗ କର୍ମଚାରୀ।
Follow Us