ମୋବାଇଲ ମରାମତି କରି ଘରକୁ ଫେରୁଥିଲେ, ବାଟରେ ଆଖି ବୁଜିଲେ ଦୁଇ ଭାଇ

ଭଉଣୀକୁ ଘରେ ଛାଡ଼ି ମୋବାଇଲ ମରାମତି କରିବାକୁ ଦୁଇ ଭାଇ ଉଦିତନଗର ଯାଇଥିଲେl ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବା ବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କା ଦେଇଥିଲା l

New Project

ରାଉରକେଲା: ଭଉଣୀକୁ ଘରେ ଛାଡ଼ି ମୋବାଇଲ ମରାମତି କରିବାକୁ ଦୁଇ ଭାଇ ଉଦିତନଗର ଯାଇଥିଲେl ଗତକାଲି ରାତି ପ୍ରାୟ ସାଢେ ୯ଟାରେ ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବା ବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା l ମୃତ ଦୁଇଭାଇ ହେଲେ ବାସନ୍ତୀ କଲୋନି ହରିପୁର ବସ୍ତିର ରଞ୍ଜନ ପାତ୍ର (୧୮) ଓ ସାନ ଭାଇ ଜଗନ ପାତ୍ର (୧୫)l ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l 

ରଞ୍ଜନ ଉଦିତନଗର ଏକ ହୋଟେଲରେ ତାଙ୍କ ମାଙ୍କ ସହ କାମ କରନ୍ତି l ଭଉଣୀ ମଧ୍ୟ ସେଇ ମାର୍କେଟରେ ଏକ ମୋବାଇଲ ଦୋକାନରେ କାମ କରନ୍ତି l ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି l ଗତକାଲି ରାତି ପ୍ରାୟ ସାଢେ ୮ଟା ରେ ଦୁଇଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣିବାକୁ ଘରୁ ଯାଇଥିଲେ l ଭଉଣୀକୁ ଘରେ ଛାଡ଼ି ପୁଣି ଉଦିତନଗର ମୋବାଇଲ ଦୋକାନକୁ ମୋବାଇଲ ମରାମତି କରିବାକୁ ଯାଇଥିଲେ l ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ l ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଦେଖି ରାଉରକେଲା ରେଳବାଇ ପୁଲିସ ଓ ତାଙ୍କ ପରିବାକୁ ସୂଚନା ଦେଇଥିଲେ l

ମିଳିଥିବା ସୂଚନା ଅନୁଯାୟୀ ରଞ୍ଜନ ଉଦିତନଗର ଏକ ହୋଟେଲରେ ତାଙ୍କ ମାଙ୍କ ସହ କାମ କରନ୍ତି l ଭଉଣୀ ମଧ୍ୟ ସେଇ ମାର୍କେଟରେ ଏକ ମୋବାଇଲ ଦୋକାନରେ କାମ କରନ୍ତି l ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି l ଗତକାଲି ରାତି ପ୍ରାୟ ସାଢେ ୮ଟା ରେ ଦୁଇଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣିବାକୁ ଘରୁ ଯାଇଥିଲେ l ଭଉଣୀକୁ ଘରେ ଛାଡ଼ି ପୁଣି ଉଦିତନଗର ମୋବାଇଲ ଦୋକାନକୁ ମୋବାଇଲ ମରାମତି କରିବାକୁ ଯାଇଥିଲେ l ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ l ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଦେଖି ରାଉରକେଲା ରେଳବାଇ ପୁଲିସ ଓ ତାଙ୍କ ପରିବାକୁ ସୂଚନା ଦେଇଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe