ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା, ୨ ଯବାନ ଆହତ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଂଚଳର ଗୋମଗୁଡା ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା କରିଛନ୍ତି। ଏହି ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଆହତ ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଂଚଳର ଗୋମଗୁଡା ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା କରିଛନ୍ତି। ଏହି ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଆହତ ହୋଇଛନ୍ତି।

nbj

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଂଚଳର ଗୋମଗୁଡା ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା କରିଛନ୍ତି। ଏହି ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଆହତ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

ନକ୍ସଲ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ  ଅଚାନକ ଏହି କ୍ୟାମ୍ପ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଯାହାଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଯବାନ ଏବେ ଏହି ଅଂଚଳରେ ସର୍ଚ୍ଚ ଅପେରସନକୁ ଜୋରଦାର କରୁଛନ୍ତି।

ସୂଚନା ଅନୁଯାୟୀ ଗତ ଦୁଇଦିନ ତଳେ ନକ୍ସଲ ପ୍ରବଣ ଗୋମଗୁଡା ଠାରେ ନୂତନ ସିଆରପିଏଫ କ୍ୟାମ୍ପର ସ୍ଥାପନା କରାଯାଇଥିଲା। ଏହି ଅଂଚଳ ନକ୍ସଲ ସଂଗଠନର ପିଏଲଜିଏ କମ୍ରେଡ଼ ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ଥିଲା। ଏହି ଅଂଚଳରେ ନକ୍ସଲ ବହୁ ହିଂସା ଘଟାଇଛନ୍ତି। ତେଣୁ ଦୀର୍ଘ ଦିନର ଦାବି ପରେ ସରକାର ଏହି ଅଂଚଳରେ କ୍ୟାମ୍ପ ପ୍ରତିଷ୍ଠା କଲେ। ଏହି କ୍ୟାମ୍ପ ପ୍ରତିଷ୍ଠାକୁ ନେଇ ନକ୍ସଲ ଚିନ୍ତାରେ ପଡ଼ିଲେ। ଧୀରେ ଧୀରେ ଯବାନ ସମସ୍ତ ନକ୍ସଲ ଗଡ଼କୁ ନିଜ ଅକ୍ତିଆରକୁ ନେଲେଣି। ତେଣୁ ନକ୍ସଲ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ  ଅଚାନକ ଏହି କ୍ୟାମ୍ପ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଯାହାଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଯବାନ ଏବେ ଏହି ଅଂଚଳରେ ସର୍ଚ୍ଚ ଅପେରସନକୁ ଜୋରଦାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe