ସୁଭଦ୍ରା ଯୋଜନାର ୨ ଲକ୍ଷ ୭୦ ଆବେଦନକାରୀଙ୍କ ଆବେଦନ ନାକଚ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Manoj Ahuja

ଭୁବନେଶ୍ବର: ଲୋକସେବା ଭବନରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ସୁଭଦ୍ରା’ ଯୋଜନାରେ ସଂଶୋଧନ  ସମେତ ରାଜ୍ୟ କ୍ୟାବିନେଟ୍‌ରେ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ ବୈଠକକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା‌ ଦେଇଛନ୍ତି। 

ଶ୍ରୀ ଆହୁଜା କହିଛନ୍ତି ରାଜ୍ୟ ସରକାର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆଇନ୍‌ରେ ସଂଶୋଧନ ହୋଇଛି। ଜିଏସ୍‌ଟିରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ। ଏନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି। ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ। ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ। 

ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ। ଏନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି। ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ।

-ମନୋଜ ଆହୁଜା, ମୁଖ୍ୟ ଶାସନ ସଚିବ

ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆନୂଆ ଜାଗାକୁ ଯୋଡିବା ପାଇଁ ରିହାତି ନୀତି ଅନୁମୋଦନ ହୋଇଛି। ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ଉପରେ ପଞ୍ଜୀକରଣ ହୋଇଛି। ୬୦ ଲକ୍ଷ ଉପରେ ହିତାଧିକାରୀ ଟଙ୍କା ପାଇ ସାରିଲେଣି। ୨ ଲକ୍ଷ ୭୦ ନାକଚ ହୋଇଛି। କାହିଁକି କଟିଲା ସେଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଆହୁଜା କହିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe