ପରିବାରଲୋକଙ୍କୁ ନିଶା ଦେଇ ପ୍ରେମିକ ସହ ନାବାଳିକା ଫେରାର ଘଟଣା: ୨ ନାବାଳିକା ଭଉଣୀ କଟକ ଶିଶୁଭବନକୁ ସ୍ଥାନାନ୍ତରିତ

ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ ନିଜ ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି। ଏହି ଘଟଣାରେ ଗୁରୁତର ଥିବା ୨ ଭଉଣୀ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । 

bhj

ଯାଜପୁର/ନଠୁଆବର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ ନିଜ ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି। ନିଶା ପ୍ରତିକ୍ରିୟାରେ ନାବାଳିକାଙ୍କ ବାପା ମା’ ଓ ୩ ସାନ ଉଉଣୀଙ୍କର ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରଥମେ ସେମାନଙ୍କୁ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଅସୁସ୍ଥ ଥିବା ୨ ଭଉଣୀ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । 

 ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ କେଉଁଆଡେ ପଳାଇଯାଇଛି। ନାବାଳିକାଟି ଫେରାର ଥିବାବେଳେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୨ ସାନ ଭଉଣୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପଡ଼ୋଶୀମାନେ ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳର ନାବାଳିକା ଝିଅ ଗତକାଲି ଖାଦ୍ୟରେ ନିଶା ଔଷଧ ଦେଇ ଘରୁ କେଉଁଆଡେ ପଳାଇଯାଇଛି। ନାବାଳିକାଟି ଫେରାର ଥିବାବେଳେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୨ ସାନ ଭଉଣୀଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପଡ଼ୋଶୀମାନେ ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ଏହି ନାବାଳିକା ଜଣକ ସଂପୃକ୍ତ ଯୁବକ ସହିତ ପୂର୍ବରୁ ଥରେ ଫେରାର ‌ହୋଇଯାଇଥିଲା। ତାକୁ ଉଦ୍ଧାର କରି ଘରକୁ ଫେରାଇ ଅଣାଯାଇଥିଲା। ପରିବାର ଲୋକ ଅନ୍ୟତ୍ର ବାହାଘର ପାଇଁ ସୁନା ଅଳଙ୍କାର ଓ ଅର୍ଥ ଯୋଗାଡ଼ କରି ରଖିଥିବା ବେ‌ଳେ ନାବାଳିକା ଏଭଳି କାଣ୍ଡ କରିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ କୁଆଖିଆ ପୁଲିସ କହିଛି ଯେ ନାବାଳିକାଙ୍କ ପରିବାର ସୁସ୍ଥ ହେବାପରେ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe