ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଗଲେ ଦୁଇ ନାବାଳିକ

Advertisment

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରାରୋଡ୍ ଗ୍ରାମ ପଞ୍ଚାୟତ ଅଧୀନ ବିଲାଟ୍ ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣାରେ ଗାଁ ସ୍ତବ୍ଧ ହୋଇଯାଇଛି। ଦୁଇ ମୃତା ହେଲେ ନୈନା ଦୁର୍ଗା ଓ ରିଙ୍କି ହରିଜନ।

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରାରୋଡ୍ ଗ୍ରାମ ପଞ୍ଚାୟତ ଅଧୀନ ବିଲାଟ୍ ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣାରେ ଗାଁ ସ୍ତବ୍ଧ ହୋଇଯାଇଛି। ଦୁଇ ମୃତା ହେଲେ ନୈନା ଦୁର୍ଗା ଓ ରିଙ୍କି ହରିଜନ।

c8d-8741-8595c3b792b9

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରାରୋଡ୍ ଗ୍ରାମ ପଞ୍ଚାୟତ ଅଧୀନ ବିଲାଟ୍ ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣାରେ ଗାଁ ସ୍ତବ୍ଧ ହୋଇଯାଇଛି। ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କ ସୂଚନା ମୁତାବକ ବିଲାଟ୍ ଗ୍ରାମର ସୋନୁ ଦୁର୍ଗାଙ୍କ ନାବାଳିକା ଝିଅ ନୈନା ଦୁର୍ଗା (୧୭) ଓ ସନ୍ତୋଷ ହରିଜନଙ୍କ ଝିଅ ରିଙ୍କି ହରିଜନ(୧୬) ସାଙ୍ଗହୋଇ ପ୍ରତିଦିନ ଭଳି ଆଜି ମଧ୍ୟ ନିକଟସ୍ଥ ସାନ୍ଦୁଲ୍ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ।

ଏସମ୍ପର୍କରେ କୌଣସି ପ୍ରକାରେ ଗାଁ ଲୋକେ ଖବର ପାଇ ନର୍ଲା ଦମକଳ କେନ୍ଦ୍ରକୁ ଜଣାଇଥିଲେ, ଦମକଳ ବାହିନୀ ପାଣି ଭିତରୁ ଦୁଇଜଣଙ୍କ ମୃତ ଶରୀର ଉଦ୍ଧାର କରିଥିଲେ। ନର୍ଲା ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉକ୍ତ ଦୁଇଟି ଶବକୁ ଜବତ୍ କରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ଉକ୍ତ ଦୁଇଶବକୁ ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା ହେଉଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇଟି ଶବ ଥିବା ଜଣାପଡିଛି। ଏହି ଅଭାବନୀୟ ଘଟଣା ପରେ ବିଲାଟ୍ ଗ୍ରାମରେ ଶୋକାକୂଳ ପରିବେଶ ଦେଖା ଦେଇଥିବା ବେଳେ ଗାଁ ସ୍ତବ୍ଧ ହୋଇଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe