ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ଆମଣାକୁଦ ଗ୍ରାମର ଆମେଣେଇ ମନ୍ଦିର ନିକଟରୁ ସକାଳୁ ସକାଳୁ ଦୁର୍ବୃତ୍ତ ଜଣେ ମହିଳା ଭକ୍ତଙ୍କ ସୁନା ଚେନ ଝାମ୍ପି ନେଇଛନ୍ତି |

Advertisment

ଏହି ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତି ସକାଳ ପ୍ରାୟ ସାଢେ ୬ଟାରେ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ | ସେହି ସମୟରେ ଗୋଟିଏ ନାଲି ରଙ୍ଗର ବାଇକରେ ୨ ଦୁର୍ବୃତ୍ତ ଆସି ମହିଳାଙ୍କୁ ଏକାକୀ ଦେଖି ଅଟକି ଯାଇଥିଲେ | ସେମାନଙ୍କ  ମଧ୍ୟରୁ ଜଣେ ଗାଡ଼ିରୁ ଓହ୍ଲାଇ ସନ୍ଧ୍ୟାରାଣୀଙ୍କ ପାଖକୁ ଆସିଥିଲେ | ସେ କିଛି ବୁଝିବା ଆଗରୁ ହଠାତ ତାଙ୍କ ବେକରୁ ଦେଢ଼ ଭରି ( ୧୫ ) ଗ୍ରାମ ଓଜନର ସୁନା ଚେନ ଝାମ୍ପି ନେଇଥିଲେ |

ଆହୁରି ପଢ଼ନ୍ତୁ:Cow Smuggling Truck Accident ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର

ଚେନ ଝାମ୍ପିବା ପରେ ଆଖି ପିଛୁଳାକେ ବାଇକରେ ଦୁହେଁ ଫେରାର ହୋଇ ଯାଇଛନ୍ତି | ଖବର ପାଇ ବନମାଳିପୁର ଫାଣ୍ଡି ପୁଲିସ ଓ ପିସିଆର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି | ଦୁର୍ବୃତ୍ତମାନଙ୍କ ଗତିଵିଧି ସ୍ଥାନୀୟ ଅଞ୍ଚଳ ସିସି ଟିଭିରେ କଏଦ ହୋଇଛି | ସେମାନେ ମୁଣ୍ଡରେ ହେଲମେଟ୍, ଟୋପି ଏବଂ ମୁହଁରେ ମାସ୍କ ପିନ୍ଧିଥିବା ଜଣା ପଡ଼ିଛି | 

ଆହୁରି ପଢ଼ନ୍ତୁ:15 Trucks Seized Soro ତହସିଲ ଓ ଖଣି ବିଭାଗର ପୃଥକ ଚଢ଼ାଉ: ୧୦ ପଥର ଓ ୫ଟି ବାଲି ବୋଝେଇ ଗାଡ଼ି ଜବତ
 

ବହୁ ମହିଳାଙ୍କ ସୁନା ଚେନ୍ ଲୁଟ୍

ପ୍ରକାଶ ଥାଉ କି ବାଲିପାଟଣା ଥାନା ଅଞ୍ଚଳରୁ କିଛି ମାସ ଭିତରେ ବହୁ ମହିଳାଙ୍କ ସୁନା ଚେନ୍ ଲୁଟ୍ ହୋଇଛି | ହେଲେ ପୁଲିସ ଲୁଟେରାଙ୍କ ଟେର ପାଉନାହିଁ | ସେଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି|