ଅଜଣା ଗାଡ଼ି ଧକ୍କାରେ ବିଏସଫ ଯବାନଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ

ନୂଆପଡ଼ା ଜିଲ୍ଲା କୋମନା ଥାନା କ୍ରିଷ୍ଣ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଠି ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇ ଫେରାର ହୋଇଛି। ଏଥିରେ ଜଣେ ବିଏସଏଫ ଯବାନଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ୂର

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା କ୍ରିଷ୍ଣ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଠି ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇ ଫେରାର ହୋଇଛି। ଏଥିରେ ଜଣେ ବିଏସଏଫ ଯବାନଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯବାନ ଖଇରଭାଡ଼ି ଗାଁର ପ୍ରେମ ମାଝି(୩୨) ଓ ଆରଜଣଙ୍କ ହେଲେ ପଦ୍ମନ ମାଝି(୬୫)। ରାତି ପ୍ରାୟ ସାଢେ ୧୦ଟାରେ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଗତକାଲି ସନ୍ଧ୍ୟାରେ ଖଇରଭାଡ଼ି ଗାଁର ଯବାନ ପ୍ରେମ ଏକ ବାଇକ(ଓଆର ୨୬ ଏ ୫୯୨୫)ରେ ଜଣେ ବୃଦ୍ଧ ପଦ୍ମନଙ୍କୁ ବସାଇ ଘରୁ ବାହାରିଥିଲେ। ରାତି ପ୍ରାୟ ୧୦ଟାରେ ପ୍ରେମ ନିଜ ସମ୍ପର୍କୀୟ ପଦ୍ମନଙ୍କୁ ବାଇକରେ ଧରି କୋମନା ପଟେ ଯାଉଥିଲେ । ଜାତୀୟ ରାଜପଥ ୩୫୩ କୋମନା ଥାନ। କ୍ରିଷ୍ଣା ଛକ ନିକଟରେ ବାଇକକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ସେଠି ବାଇକ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଯବାନ ପ୍ରେମ ଓ ବୃଦ୍ଧ ପଦ୍ମନ ଛିଟିକି ପଡ଼ିବା ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲ।। ଏହି ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ଉଭୟଙ୍କୁ ଚିହ୍ନଟ କରିଛନ୍ତି। ରାତିରେ ଦୁଇ ମୃତଦେହକୁ କୋମନା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ଓ ଆଜି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe