ଭାଲୁ ଆକ୍ରମଣରେ ନଷ୍ଟ ହୋଇଗଲା ବୃଦ୍ଧଙ୍କର ଦୁଇ ଆଖି

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅର୍ନ୍ତଗତ ନାୟକଗୁଡା ଗ୍ରାମର ୨ ଜଣଙ୍କୁ ଭାଲୁ ଆକ୍ରମଣ କରିଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ବ୍ୟକ୍ତିଙ୍କର ୨ଟି ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇ ଯାଇଛି।

ବରମୁଣ୍ଡାରେ ଭାଲୁ ଖାଇଗଲା କୁକୁଡ଼ା

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅର୍ନ୍ତଗତ ନାୟକଗୁଡା ଗ୍ରାମର ୨ ଜଣଙ୍କୁ ଭାଲୁ ଆକ୍ରମଣ କରିଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ବ୍ୟକ୍ତିଙ୍କର ୨ଟି ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇ ଯାଇଛି। ନାୟକଗୁଡା ଗ୍ରାମର ସଲିନ୍ଦର ଚଲାନ (୬୦) ଓ ଅନ୍ୟ ଜଣେ ବ୍ୟକ୍ତି ମିଶି କାଠ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। 

ଜଙ୍ଗଲରେ ହଠାତ ଭାଲୁ ସଲିନ୍ଦରଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତିଟି ପ୍ରାଣ ବିକଳରେ ଦୌଡ଼ି ପଳାଇ ଯାଇଥିଲେ। ଏହି ସମୟରେ କୋମଳ ଚଲାନ (୪୦) କୀଟନାଶକ ଔଷଧ ଉମରକୋଟରୁ କିଣି ଗାଁକୁ ଫେରୁଥିବା ବେଳେ ସଲିନ୍ଦର୍ ଙ୍କୁ ଭାଲୁ ଆକ୍ରମଣ କରୁଛି। ଏହା ଦେଖି କୋମଳଙ୍କୁ ଛଡ଼ାଇବାକୁ ଯାଇ ଭାଲୁର ଆକ୍ରମଣର ଶିକାର ହେଇଥିଲେ। ସଲିନ୍ଦରଙ୍କର ୨ ଟି ଆଖିକୁ ଭାଲୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିବା ବେଳେ ଗାଲକୁ କାମୁଡ଼ି ଦେଇଛି। ତୁରନ୍ତ ଗ୍ରାମବ।ସୀ ୨ ଆହତଙ୍କୁ ଉମରକୋଟ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ।

ଜଙ୍ଗଲରେ ହଠାତ ଭାଲୁ ସଲିନ୍ଦରଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତିଟି ପ୍ରାଣ ବିକଳରେ ଦୌଡ଼ି ପଳାଇ ଯାଇଥିଲେ। ଏହି ସମୟରେ କୋମଳ ଚଲାନ (୪୦) କୀଟନାଶକ ଔଷଧ ଉମରକୋଟରୁ କିଣି ଗାଁକୁ ଫେରୁଥିବା ବେଳେ ସଲିନ୍ଦର୍ ଙ୍କୁ ଭାଲୁ ଆକ୍ରମଣ କରୁଛି। ଏହା ଦେଖି କୋମଳଙ୍କୁ ଛଡ଼ାଇବାକୁ ଯାଇ ଭାଲୁର ଆକ୍ରମଣର ଶିକାର ହେଇଥିଲେ। 

ସଲିନ୍ଦରଙ୍କର ୨ ଟି ଆଖିକୁ ଭାଲୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିବା ବେଳେ ଗାଲକୁ କାମୁଡ଼ି ଦେଇଛି। ତୁରନ୍ତ ଗ୍ରାମବ।ସୀ ୨ ଆହତଙ୍କୁ ଉମରକୋଟ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଘଟଣା ଘଟିବା ପରେ ଭାଲୁ ଭୟରେ ନାୟକଗୁଡା ଗ୍ରାମରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe