ଭସାଣି ପାଇଁ ଆସୁଥିବା ବେଳେ ଡିଭାଇଡରେ ପିଟିହେଲା ଗାଡ଼ି, ୨ ଗୁରୁତର

Advertisment

ଭସାଣି ପାଇଁ କାମାକ୍ଷାନଗରକୁ ଆସୁଥିବା ବେଳେ ଡିଭାଇଡରରେ ପିଟି ହୋଇ ଓଲଟିଲା ମ୍ୟୁଜିକାଲ ଟିମର ଟାଟା ଏସିଇ ଗାଡ଼ିl ମ୍ୟୁଜିକାଲ ଟିମର ୫ ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଥିବା ଜଣାଯାଇଛି l

ଭସାଣି ପାଇଁ କାମାକ୍ଷାନଗରକୁ ଆସୁଥିବା ବେଳେ ଡିଭାଇଡରରେ ପିଟି ହୋଇ ଓଲଟିଲା ମ୍ୟୁଜିକାଲ ଟିମର ଟାଟା ଏସିଇ ଗାଡ଼ିl ମ୍ୟୁଜିକାଲ ଟିମର ୫ ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଥିବା ଜଣାଯାଇଛି l

dhenkanal-dhh

କାମାକ୍ଷାନଗର: ଭସାଣି ପାଇଁ କାମାକ୍ଷାନଗରକୁ ଆସୁଥିବା ବେଳେ ଡିଭାଇଡରରେ ପିଟି ହୋଇ ଓଲଟିଲା ମ୍ୟୁଜିକାଲ ଟିମର ଟାଟା ଏସିଇ ଗାଡ଼ିl ମ୍ୟୁଜିକାଲ ଟିମର ୫ ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଥିବା ଜଣାଯାଇଛି l

ସୂଚନା ଅନୁସାରେ କାମାକ୍ଷାନଗରରେ ଦଶହରା ଭସାଣି ପାଇଁ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରୁ ଶିବମ ମ୍ୟୁଜିକାଲ ଟିମର ସଦସ୍ୟମାନେ ଆସୁଥିବା ବେଳେ ମଠକରଗୋଳା ବଡ଼ମୁକ୍ତାପଶି ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିଥିଲା ଟାଟା ଏସିଇ ଗାଡ଼ିl ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଓଲଟିଥିବା ଜଣା ପଡିଛି l

ଶିବମ ମ୍ୟୁଜିକାଲ ଟିମ କାମାକ୍ଷାନଗର ସହରର ରେକୁଳା ପୂଜା କମିଟି ପାଇଁ ଭସାଣି ଶୋଭାଯାତ୍ରା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲାl ଘଟଣାସ୍ଥଳରୁ ମ୍ୟୁଜିକାଲ ଟିମର ସଦସ୍ୟ ମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମ୍ୟୁଜିକାଲ ଟିମର ସେକ୍ସଫୋନ ବଜାଉଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଞ୍ଚଳର ଏମ ଭେଙ୍କଟରାଓଙ୍କ ଡାହାଣ ହାତ ଛିଡିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe