Picnic Death: ଘାଘରି ଝରଣାରେ ବୁଡ଼ି ଦୁଇଛାତ୍ର ମୃତ, ପିକ୍‌ନିକ୍‌ କରିବାକୁ ଯାଇଥିଲେ ୬ ସାଙ୍ଗ

ପିକ୍‌ନିକ୍‌ କରିବାକୁ ଯାଇ ଝରଣାରେ ବୁଡ଼ି ଦୁଇଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରିଜଣ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ସେକ୍ଟର-୧୫ର ଓମ୍‌ ସୁନା (୧୬) ଓ ସେକ୍ଟର-୧ର ଅନୁରାଗ ଦାସ (୧୬)।

death picnic

death picnic Photograph: (Sambad.in)

ରାଉରକେଲା/ବେଦବ୍ୟାସ: ପିକ୍‌ନିକ୍‌ କରିବାକୁ ଯାଇ ଝରଣାରେ ବୁଡ଼ି ଦୁଇଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରିଜଣ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ସେକ୍ଟର-୧୫ର ଓମ୍‌ ସୁନା (୧୬) ଓ ସେକ୍ଟର-୧ର ଅନୁରାଗ ଦାସ (୧୬)। ସୌଭାଗ୍ୟବଶତଃ ସେକ୍ଟର- ୨୦ର ଅଭଜିତ୍‌ ହବୋ (୧୬), ସେକ୍ଟର-୬ର ସୁମିତ ସେଟ୍‌ (୧୬), ସେକ୍ଟର-୨ ଅଭିଷେକ ସାହୁ (୧୬) ଓ  ସେକ୍ଟର-୩ର ପ୍ରୀତମ ହାଁସଦା (୧୬) ବର୍ତ୍ତିଯାଇଛନ୍ତି। ସମସ୍ତ ଛାତ୍ର ରାଉରକେଲା ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ‌ ଶ୍ରେଣୀର ଛାତ୍ର। ବ୍ରାହ୍ମଣୀତରଙ୍ଗ ପୁଲିସ ଦୁଇ ମୃତ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ରଖିଛି। ଆସନ୍ତକାଲି (ଶନିବାର) ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ। ଦୁଇ ଛାତ୍ରଙ୍କ ଶବ ଆର୍‌ଜିଏଚ୍‌ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 ଆହୁରି ପଢ଼ନ୍ତୁ: Gangrape At Capital: ରାଜଧାନୀରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତମାନଙ୍କର ଟେର ପାଇନି ପୁଲିସ୍

ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ

ମିଳିଥିବା ସୂଚନା ମୁତାବକ ୬ ସାଙ୍ଗ ପ୍ରତିଦିନ ପରି ସକାଳ ପ୍ରାୟ ସାଢ଼େ ୧୦ଟାରେ ବିଦ୍ୟାଳୟକୁ ନିଜ ନିଜର ପ୍ରକଳ୍ପ ନେଇ ଘରୁ ବାହାରିଥିଲେ। ଗତ ୩/୪ ଦିନ ପୂର୍ବରୁ ସହର ଆଖପାଖର କୌଣସି ଏକ ପିକ୍‌ନିକ୍‌ ସ୍ପଷ୍ଟକୁ ବୁଲିବାକୁ ଯୋଜନା କରିଥିବାରୁ ସେମାନେ ବିଦ୍ୟାଳୟକୁ କିନ୍ତୁ ଯାଇନଥିଲେ। ଗୁଗୁଲ୍‌ ସର୍ଚ୍ଚ କରିବା ପରେ ଲାଠିକଟା ବ୍ଲକ ଅନ୍ତର୍ଗତ ବିରକେରା ଘାଘରି ଝରଣାକୁ ବୁଲିଯିବାକୁ ନିଷ୍ପତ୍ତି ନେଇଥିଲେ। ପରେ ବାଇକ୍‌ ନେଇ ସକାଳ ପ୍ରାୟ ୧୧ଟାରେ ଘାଘରି ଝରଣା ଅଭିମୁଖେ ବାହାରିଥିଲେ। ରାଉରକେଲାଠୁ ପ୍ରାୟ ୨୫ କି.ମି. ଦୂର ଘାଘରି ଝରଣାରେ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ। ପ୍ରଥମେ ଅନୁରାଗ ଝରଣା ଭିତରକୁ ଗାଧୋଇବାକୁ ପଶିଥିଲେ। ଗୋଡ଼ି ଖସିଯିବାରୁୁ ସେ ବୁଡ଼ିଯାଇଥିଲେ। ଅନୁରାଗ ବୁଡ଼ିଯାଉଥିବା ଦେଖି ଉଦ୍ଧାର କରିବାକୁ ଓମ୍‌ ପାଣି ଭିତରକୁ ପଶିଥିଲେ। ସେ ମଧ୍ୟ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଦୁହେଁ ନିଖୋଜ ହେବା ପରେ ଅନ୍ୟ ଚାରି ସାଙ୍ଗ ସେମାନଙ୍କୁ ଉଦ୍ଧାର କରିବାକୁ ପାଟି କରିଥିଲେ। ପାଟିଶୁଣି ସ୍ଥାନୀୟ ଲୋକ ଝରଣା ନିକଟରେ ପହଞ୍ଚିବା ସହ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। 

 ଆହୁରି ପଢ଼ନ୍ତୁ:Arrest Rourkela: ରାଜ୍ୟ ଆର୍‌ଜିଏଚ୍‌ରୁ ୨ ଚୋର ଗିରଫ, ମୋବାଇଲ୍‌ ଓ ସ୍କୁଟିି ଜବତ

ଅନୁରାଗର ବାମଆଖି ସମ୍ପୂର୍ଣ୍ଣ ନଷ୍ଟ

ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ବାଉଁଶ ସହାୟତାରେ ଦୁଇ ନିଖୋଜ ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ପ୍ରଥମେ ଅନୁରାଗ ଓ ପରେ ଓମ୍‌ଙ୍କର ଶବ ଉଦ୍ଧାର ହୋଇଥିଲା। ବାଉଁଶ ବାଡ଼ରେ ଅନୁରାଗର ବାମଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe