2 Young Men Death Accident Photograph: (Sambad.in)
ଜଳେଶ୍ଵର: ଜଳେଶ୍ଵର -ଚନ୍ଦନେଶ୍ବର ୫୭ ନମ୍ବର ଜାତୀୟ ରାଜପଥର ନାମ୍ପୋ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।ମୃତ ଦୁଇ ଯୁବକ ହେଲେ ନାଚିନ୍ଦା ପଞ୍ଚାୟତ ବାଗ ଗ୍ରାମର ଧନଞ୍ଜୟ ସାହୁଙ୍କ ପୁତ୍ର ଗୌତମ ସାହୁ(୧୮) ଓ ଅଦ୍ଵୈତ ମହାପାତ୍ରଙ୍କ ପୁତ୍ର ଚନ୍ଦ୍ର ଶେଖର ମହାପାତ୍ର (୨୨)।
କମର୍ଦ୍ଦା ଥାନା ଅଞ୍ଚଳରେ ଶୋକାକୁଳ ପରିବେଶ
ଏହି ଦୁଇ ଯୁବକ ଏକ ବାଇକ୍ ରେ ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ ଭୋର ସାଢେ ୪ ଟା ସମୟରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ନାମ୍ପୋ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଔପଚାରିକ ଭାବେ ମୃତ ଘୋଷଣା କରାଯାଇଥିଲା। ଦୁଇ ଯୁବକଙ୍କ ମୃତ୍ୟୁରେ ନାଚିନ୍ଦା ପଞ୍ଚାୟତ ସମେତ କମର୍ଦ୍ଦା ଥାନା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଆହୁରି ପଢ଼ନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ମୁମ୍ବାଇ ସ୍ଥାନାନ୍ତର ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ
Follow Us