ପାଟୁଆ ନାଚ ବେଳେ ଅଘଟଣ: ଦୁଇ ଯୁବକଙ୍କୁ ବାନ୍ଧିଲା ପୁଲିସ

Advertisment

ହାଟୁଆରୀରେ ପାଟୁଆ ନାଚ ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହାଟୁଆରୀ ଗ୍ରାମର ରଜତ କୁମାର ମହାଳିକ(୨୫) ଓ ପାଗଳ କୁମାର ମହାଳିକ(୨୫)।

ହାଟୁଆରୀରେ ପାଟୁଆ ନାଚ ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହାଟୁଆରୀ ଗ୍ରାମର ରଜତ କୁମାର ମହାଳିକ(୨୫) ଓ ପାଗଳ କୁମାର ମହାଳିକ(୨୫)।

arrest

ତିହିଡ଼ିଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ନୂଆନନ୍ଦ ପଞ୍ଚାୟତ ହାଟୁଆରୀରେ ପାଟୁଆ ନାଚ ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହାଟୁଆରୀ ଗ୍ରାମର ରଜତ କୁମାର ମହାଳିକ(୨୫)ଓ ପାଗଳ କୁମାର ମହାଳିକ(୨୫)। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଥିଲେ। ସେମାନେ ହେଲେ; ସ୍ଥାନୀୟ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଓ ଆରସା ଗ୍ରାମର ଶରତ ଓରଫ୍‌ କାହ୍ନୁଆ ମହାଳିକ (୨୭)। ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ମା’ କଣ୍ଟି ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ପାଟୁଆମାନେ ଡିଜେ ବଜାଇ ନାଚି ନାଚି ଯାଉଥିଲେ।  ସ୍ଥାନୀୟ ତୋରଣପଦା ଛକରେ କେତେକ ଯୁବକ ଡିଜେ ଗାଡ଼ି ଉପରକୁ ଚଢ଼ି ପତାକା ଉଡ଼ାଉଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଡିଜେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପ୍ରାଣ ବିକଳରେ ସମସ୍ତେ ଧାଁଧପଡ଼ କରିଥିଲେ। ମାନସ ଓ କାହ୍ନୁଆ ଯାଇ ନପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ୧୧ କେଭି ବିଦ୍ୟୁତ୍ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଥିଲେ। ସେମାନେ ହେଲେ; ସ୍ଥାନୀୟ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଆରସା ଗ୍ରାମର ଶରତ ଓରଫ୍କାହ୍ନୁଆ ମହାଳିକ (୨୭)। ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ମାକଣ୍ଟି ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ପାଟୁଆମାନେ ଡିଜେ ବଜାଇ ନାଚି ନାଚି ଯାଉଥିଲେ।  ସ୍ଥାନୀୟ ତୋରଣପଦା ଛକରେ କେତେକ ଯୁବକ ଡିଜେ ଗାଡ଼ି ଉପରକୁ ଚଢ଼ି ପତାକା ଉଡ଼ାଉଥିବା ବେଳେ ୧୧ କେଭି ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଡିଜେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପ୍ରାଣ ବିକଳରେ ସମସ୍ତେ ଧାଁଧପଡ଼ କରିଥିଲେ। ମାନସ କାହ୍ନୁଆ ଯାଇ ନପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଘଟଣାରେ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡିଜେ ଗାଡ଼ି ମଧ୍ୟ ସଂପୂର୍ଣ୍ଣ ଜଳିଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe