ରାୟଗଡ଼ା: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଲିମାମଡ଼ା ଗ୍ରାମ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି I ମୃତକ ଦ୍ବୟ ହେଲେ ଗୁଡ଼ାରି ଥାନା ଅନ୍ତର୍ଗତ ନିଲାଗୁଡ଼ା ଗ୍ରାମର ମୁନା କିମ୍ଵାକା  ଓ କ୍ରିଷ୍ଣା କିମ୍ଵାକା।

Advertisment

ମିଳିଥିବା  ସୂଚନା ଅନୁଯାୟୀ, ମୃତ ଦୁଇ ସମ୍ପର୍କୀୟ ଭାଇ କୌଣସି ଏକ କାମରେ ଗୁଣପୁର ଆସି ଘରକୁ ଫେରିବା ସମୟରେ ଲିମାମଡ଼ା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟିହୋଇଥିଲା ବାଇକ। ଦୁର୍ଘଟଣାରେ  ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: Elephant Kills Old Woman ପୁଣି ହାତୀ ନେଲା ଜୀବନ, ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଶବକୁ ଜବତ କରିବା ସହ ପୁଲିସର ତଦନ୍ତ

ଆହୁରି ପଢ଼ନ୍ତୁ: Fadnavis Arrest Plot: ମୋତେ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା: ଉଦ୍ଧବଙ୍କ ବିରୋଧରେ ତଥ୍ୟ ସମ୍ବଳିତ ଅଭିଯୋଗ ଆଣିଲେ ଫଡନାଭିସ୍‌

ଖବର ପାଇ ଗୁଣପୁର ପୁଲିସ ମେଡିକାଲ୍ ରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।