୩୩ ଲକ୍ଷ ଘୋଷିତ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ

ପୁଲିସ ନିକଟରେ ୨୦ ଜଣ ଦୁର୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ଘରକୁ ଫେରିଆସ‘ ଓ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।

Mkg 20 naxal surrendeer

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୦ ଜଣ ଦୁର୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ଘରକୁ ଫେରିଆସ‘ ଓ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଏହି କ୍ରମରେ ଆଜି ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନ, ସିଆରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର ପାଣ୍ଡେଙ୍କ ନିକଟରେ ଏହି ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ମହିଳା ନକ୍ସଲ ଅଟନ୍ତି। ଏମାନଙ୍କ ମୁଣ୍ଡରେ ୩୩ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର ମହିଳା ନକ୍ସଲ ରହିଛି।

ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନ, ସିଆରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର ପାଣ୍ଡେଙ୍କ ନିକଟରେ ଏହି ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ବିଭିନ୍ନ ସଂଗଠନର ସଦସ୍ୟ ବୋଲି ପୁଲିସ କହିଛି। ୨ ନକ୍ସଲଙ୍କ ନାମରେ ୮ ଲକ୍ଷ ପୁରସ୍କାର ରହିଥିବା ବେଳେ ଜଣେ ନକ୍ସଲ ନାମରେ ୫ ଲକ୍ଷ, ୩ ନକ୍ସଲ ନାମରେ ୪ ଲକ୍ଷ ଲେଖାଏଁ ଏବଂ ଅନ୍ୟ ନକ୍ସଲମାନେ ପାର୍ଟି ସଦସ୍ୟ ରହିଛନ୍ତି। ପୁଲିସ  ତରଫରୁ ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ସମସ୍ତ ନକ୍ସଲଙ୍କୁ ଆତ୍ମନିର୍ଭୀରଶୀଳ କରାଯିବ। ନକ୍ସଲ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ଏବଂ ପୁଲିସର ଘନ ଘନ ଚଢାଉ ଯୋଗୁଁ ଏମାନେ ଭୟଭୀତ ହୋଇ ରହିଥିଲେ। ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବୁ ବୋଲି କହିଛନ୍ତି।

Malkangiri | maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe