Hanuman Jayanti Photograph: (sambad.in)
ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ପାଳନ ହେବ ହନୁମାନ ଜୟନ୍ତୀ। ଏଥି ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ରହିଛି। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବ ୨୦୦ ପ୍ଲାଟୁନ ଫୋର୍ସ। ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ୬୫୦ ସିସିଟିଭି ଓ ୪୦ ଟି ଡ୍ରୋନ୍ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି।
ସମ୍ବଲପୁରରେ ବଡ଼ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି। ସାଦା ପୋଷାକରେ ପାଇଁତରା ମାରିଥିବା ପୁଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି। ପ୍ରତେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ଧାର୍ମିକ ସ୍ଥଳଗୁଡ଼ିକରେ ପୁଲିସ ଦ୍ୱାରା ପିକେଟିଂ ଜାରି ରହିଛି। ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟକାରି ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିବେ। କାଳବୈଶାଖୀ ଓ ହିଟ ୱେବ ପାଇଁ ବନ୍ଦୋବସ୍ତ କରାଯାଇଛି।
ସମ୍ବଲପୁରରେ ବଡ଼ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି। ସାଦା ପୋଷାକରେ ପାଇଁତରା ମାରିଥିବା ପୁଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି। ପ୍ରତେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି।
ଏଡିଜି (ଲ ଆଣ୍ଡ ଅର୍ଡର) ସଂଜୟ କୁମାର କହିଛନ୍ତି, ଦେଶୀ ମଦ କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। ସୋସିଆଲ ମିଡିଆରେ ଗୁଜବ କରି ଜାତିଆଣ ମନ୍ତବ୍ୟ ଦେଉଥିବା ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ ହୋଇଛି। ବି.ଆର.ଆମ୍ବେଦକର ଜୟନ୍ତୀ ମଧ୍ୟ ଆସନ୍ତାକାଲି ଥିବାରୁ ନିଜେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ବୋଲି ଏଡିଜିପି ଲ' ଆଣ୍ଡ ଅର୍ଡର ସଞ୍ଜୟ କୁମାର ସୂଚନା ଦେଇଛନ୍ତି।
Police
Follow Us