Krushna Chandra Patra Photograph: (sambad.in)
ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଏବେ ରାସନ୍କାର୍ଡ ଭୟ। ପ୍ରତିମାସ ୫ କିଲୋ ଲେଖାଏଁ ମାଗଣାରେ ନେଉଥିବା ଚାଉଳ ଆଉ ନେଇ ପାରିବେ ନାହିଁ। ଧରାପଡ଼ିଗଲେ ଅସୁବିଧାରେ ପଡ଼ିଯିବାର ଭୟ ରହୁଛି। ସେଥି ପାଇଁ ମାତ୍ର ତିନିଦିନରେ ୨୦ ହଜାର ସରକାରୀ ଚାକିରିଆ ରାସନ୍କାର୍ଡ ଫେରାଇସାରିଛନ୍ତି।
ଏହି ଖବର ପଢ଼ନ୍ତୁ: ମୁହାଁମୁହିଁ ବାଇକ୍ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ, ୩ ଜଣ ଗୁରୁତର
ରାସନ୍କାର୍ଡ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀ ରାସନ୍କାର୍ଡ ଫେରାଇ ଦିଅନ୍ତୁ। ଦୁଇ ଦିନ ତଳେ ୧୨ ହଜାର ସରକାରୀ ଚାକିରିଆ ରାସନ୍କାର୍ଡ ଫେରାଇ ଦେଇଥିବା ଜଣାପଡ଼ିଥିଲା। ଆଜି ଏହି ସଂଖ୍ୟା ୨୦ ହଜାରରେ ପହଞ୍ଚିଛି। ଠିକା ଭିତ୍ତିକ ଚାକିରି କରୁଥିବା ଲୋକ ଯଦି ୧୧ରୁ ୧୨ ହଜାର ଟଙ୍କା ଦରମା ପାଉଥିବା ସରକାରୀ ଚାକିରିଆଙ୍କ ପାଇଁ କୌଣସି ଅସୁବିଧା ନାହିଁ। ଏହି ବର୍ଗର ଦରମା ପାଉଥିଲେ ରାସନ୍କାର୍ଡ କଟିବ ନାହିଁ। ସେମାନେ ରାସନ କାର୍ଡ ଫେରେଇବା ଆବଶ୍ୟକ ନାହିଁ। ସ୍ୱଳ୍ପ ବେତନଭୋଗୀ କମ ଦରମା ପାଉଥିଲେ କାର୍ଡ ଫେରେଇବା ଆବଶ୍ୟକ ନାହିଁ।
ଏହି ଖବର ପଢ଼ନ୍ତୁ: ୱାସିଂଟନରେ ଯାତ୍ରୀବାହୀ ବିମାନ-ସେନା ହେଲିକପ୍ଟର ଧକ୍କା: ୬୭ ମୃତ, ୨୮ ଶବ ଉଦ୍ଧାର
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଗ୍ରାମାଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ରାସନକାର୍ଡ ଫେରେଇବେ ନାହିଁ। ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ରାସନକାର୍ଡ ଫେରେଇବେ। ସବୁ ଜିଲ୍ଲାରୁ କାର୍ଡ ଫେରାଉଛନ୍ତି। ଯେଉଁମାନେ ଭଲ ଚାକିରି କରିଛନ୍ତି ସେମାନେ ଫେରେଇଦେବା ଉଚିତ। ବଡ଼ବଡ଼ ଚାକିରିଆ କାର୍ଡ ନେଇଥିଲେ। ଆମ କଥା ମାନିକି ଫେରେଇଦେଲାଣି। ଯେଉଁମାନେ ଫେରେଇବେ ନାହିଁ ପଛରେ ଧରା ପଡିବେ ଆକ୍ସନ ନେବୁ। ଆସନ୍ତା ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଇ-କେୱାଇସି ହେବ। ଏହାପରେ ନୂତନ କାର୍ଡ ଦିଆଯିବ।
ଠିକାଭିତ୍ତିକ ଭାବେ ଚାକିରି କରୁଥିବା ବ୍ୟକ୍ତି ୧୧ରୁ ୧୨ ହଜାର ଟଙ୍କା ଦରମା ପାଉଥିଲେ ସରକାରୀ ଚାକିରିଆଙ୍କ ରାସନକାର୍ଡ କଟିବ ନାହିଁ। ସ୍ୱଳ୍ପ ବେତନଭୋଗୀ କମ ଦରମା ପାଉଥିଲେ କାର୍ଡ ଫେରେଇବା ଆବଶ୍ୟକ ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଗ୍ରାମୀଣ ଅଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ରାସନ୍କାର୍ଡ ଫେରେଇବେ ନାହିଁ। ଯାହାର ୧୫ ହଜାର ଟଙ୍କା ଉପରେ ରୋଜଗାର ଥିବ ସେମାନେ ଫେରେଇବେ।
-କୃଷ୍ଣଚନ୍ଦ୍ର ପାତ୍ର, ଯୋଗାଣ ମନ୍ତ୍ରୀ
ଏହି ଖବର ପଢ଼ନ୍ତୁ: ‘ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ସଫଳତାର ସହିତ ଆୟୋଜନ ହୋଇଛି‘
ବହୁ ଅଯୋଗ୍ୟ ରାସନ୍କାର୍ଡ ହାତେଇଥିବା, ଜାଲ୍ ରାସନ୍କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ୨୦୨୫ ଫେବ୍ରୁଆରି ୧୫ରେ ଶେଷ ହେବ ବୋଁଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି କହିଛନ୍ତି। ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ଇ-କେୱାଇସି କରିପାରିନଥିବା ଅଥବା ସରକାରଙ୍କ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ସଫଳ ହୋଇ ପାରି ନଥିବା ଯୋଗ୍ୟ ହିତାଧିକାରୀଙ୍କର ଚିନ୍ତା ବଢ଼ିଯାଇଛି। ସେହିପରି ଯେଉଁମାନେ ଦୀର୍ଘଦିନରୁ ବେଆଇନ୍ ଭାବେ ରାସନ ନେଇ ଆସୁଛନ୍ତି, ସେମାନଙ୍କର ମଧ୍ୟ ଚିନ୍ତା ବଢ଼ିଛି।
ଏହି ଖବର ପଢ଼ନ୍ତୁ: କେଜ୍ରିଓ୍ବାଲଙ୍କୁ ଝଟକା : ଆପ୍ ଛାଡ଼ିଲେ ୭ ବିଧାୟକ
Follow Us