ଆଇପିଏଲ୍: ରାଜସ୍ଥାନ ଆଗରେ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ଆଇପିଏଲ୍-୨୦୨୫ର ୪୨ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ଖେଳ ଜାରି ଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା।

ଅଦ୍ୟତନ ହୋଇଛି
Royal Challenges Bengaluru

Royal Challenges Bengaluru Photograph: (sambad.in)

ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୪୨ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ଖେଳ ଜାରି ଥିବା ଏହି ମ୍ୟାଚ୍ଷର ରାଜସ୍ଥାନ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ଟିମ୍ ବ୍ୟାଟିଂ କରିଥିଲା। ବେଙ୍ଗାଲୁରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ବିରାଟ କୋହଲି ଓ ଦେବଦୂତ ପଡ୍ଡିକଲଙ୍କ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୦୬ ରନ୍‌ର ଲକ୍ଷ୍ୟ ମିଳିଛି। 

ବେଙ୍ଗାଲୁରୁ ପାଇଁ ଫିଲିପ୍ ସଲ୍ଟ ଓ ବିରାଟ କୋହଲି ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଭାଗିଦାରି କରିପାରିଥିଲେ। ଫିଲିପ୍ ଆଉଟ୍ ହେବା ପୂର୍ବରୁ ୨୩ଟି ବଲ୍ ଖେଳିଥିଲେ। ସେ ୪ଟି ଚୌକା ବଳରେ ୨୬ ରନ୍ ସଂଗ୍ରହ କରି ୱାନେନ୍ଦୁ ହସରଙ୍ଗାଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। 

ବିରାଟ କୋହଲି ଏବଂ ପଡ୍ଡିକଲ ଦ୍ବିତୀୟ ୱିକେଟ୍ ପାଇଁ ୯୫ ରନ୍‌ର ଭାଗିଦାରୀ କରିଥିଲେ। ବିରାଟ କୋହଲି ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୭୦ ରନ୍ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍ ସାମ୍ନା କରି ୮ଟି ଚୌକା ଓ ୨ଟି ଛକା ମାରି ଜୋଫ୍ରା ଆର୍ଚ୍ଚରଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ପଡ୍ଡିକଲ ବ୍ୟକ୍ତିଗତ ଭାବେ ୫୦ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୨୭ଟି ବଲ୍ ସାମ୍ନା କରିଥିଲେ, ଯେଉଁଥିରେ ତାଙ୍କର ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ସନ୍ଦୀପ ଶର୍ମାଙ୍କ ଦ୍ବାରା ପଡ୍ଡିକଲ ଆଉଟ୍ ହୋଇଥିଲେ। 

ସିମରନ୍ ହେଟ୍ମେୟର ଓ ଧ୍ରୁବ ଜୁରେଲଙ୍କ ଦ୍ବାରା ଟିମ୍ ଡାଭିଡ ରନ୍ ଆଉଟ୍ ହୋଇଥିଲେ। କିନ୍ତୁ ସେ ପଡ଼ିଆ ଛାଡ଼ିବା ପୂର୍ବରୁ ୧୫ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୩ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ପାଟିଦାର ବିଫଳ ହୋଇଥିଲେ। ସେ ୩ଟି ବଲ୍ ଖେଳି ମାତ୍ର ଗୋଟିଏ ରନ୍ ସଂଗ୍ରହ କରିଥିଲେ ଏବଂ ସନ୍ଦୀପ ଶର୍ମାଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଜିତେଶ ଶର୍ମା ଅପରାଜିତ ୨୦ ରନ୍ ସଂଗ୍ରହ କରିଥିଲେ। ସେ ୧୦ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ।

IPL

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe