ଯବାନଙ୍କୁ ମିଳିଲା ସଫଳତା: ତିନି ମହିଳା କ୍ୟାଡରଙ୍କ ସମେତ ୨୨ ନକ୍ସଲ ଗିରଫ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷ ଟଂକାର ପୁରସ୍କାର ମଧ୍ୟ ରହିଥିଲା। ଏମାନଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି।

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷ ଟଂକାର ପୁରସ୍କାର ମଧ୍ୟ ରହିଥିଲା। ଏମାନଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି।

ଗୋଟିଏ ପଟେ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ଯବାନ ନକ୍ସଲଙ୍କୁ ଗିରଫ କରିବାରେ ମଧ୍ୟ ଲଗାତାର ସଫଳତା ହାସଲ କରିଚାଲିଛନ୍ତି। ବିଜାପୁର ଜିଲ୍ଲାର ଉସୁର ଥାନା ଅଂଚଳରୁ ୭ ଜଣ,ଜଂଗଲା ଥାନା ଅଂଚଳରୁ ୬ ଜଣ ଏବଂ ନେଲସନାର ଥାନା ଅଂଚଳରୁ ୯ ଜଣ ନକ୍ସଲକୁ ଗିରଫ କରାଯାଇଥିବା କୁହାଯାଇଛି।

publive-image

ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ ଡିଏକେଏମଏସ, ସିଏନଏମ, କେଏଏମଏସ ସଦସ୍ୟ ରହିଛନ୍ତି। ସମସ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ କେଶ ରହିଛି। ଏମାନଙ୍କୁ ଗିରଫ ପରେ ପୁଲିସ ଏମାନଙ୍କୁ ପଚରାଉଚରା କରୁଛି। ଏମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟପଦାକୁ ଆସିବ ବୋଲି କୁହାଯାଇଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe