୨୨ଜଣ ଅନାଥ ଓ ଅସହାୟ ଛାତ୍ରୀଙ୍କୁ ମିଳୁନି ଯଶୋଦା ଯୋଜନାରେ ସହାୟତା

ଯାହାର ବାପା ଓ ମା’ଙ୍କ ମୃତ୍ୟୁ ହୋଇଛି, କିମ୍ବା ବାପାଙ୍କ ମୃତ୍ୟୁ ହୋଇଛି। ଏଭଳି ଅସହାୟ ପିଲାଙ୍କ ପାଠ ପଢ଼ା ପାଇଁ ରାଜ୍ୟ ସରକାର ଯଶୋଦା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୨୨ଜଣ ଅନାଥ ଓ ଅସହାୟ ଛାତ୍ରୀଙ୍କୁ ସହାୟତା ମିଳୁନାହିଁ।

ngp-yosadha

ନବରଙ୍ଗପୁର: ଯାହାର ବାପା ଓ ମା’ଙ୍କ ମୃତ୍ୟୁ ହୋଇଛି, କିମ୍ବା ବାପାଙ୍କ ମୃତ୍ୟୁ ହୋଇଛି। ଏଭଳି ଅସହାୟ ପିଲାଙ୍କ ପାଠ ପଢ଼ା ପାଇଁ ରାଜ୍ୟ ସରକାର ଯଶୋଦା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପିଲାମାନେ ଉଚ୍ଚଶିକ୍ଷା ପଢ଼ିବା ପାଇଁ ବର୍ଷକୁ ୩୨ ହଜାର ଟଙ୍କା ଦେଉଛନ୍ତି। ଏହି ଟଙ୍କାରେ ପିଲାମାନେ ଘରୋଇ ବିଦ୍ୟାଳୟରେ ବୃତ୍ତିଗତ କିମ୍ବା ଉଚ୍ଚଶିକ୍ଷା ଲାଭ କରି ପାରିବେ। ତେବେ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନି। 

ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାରେ ୪ମାସ ତଳେ ଆବେଦନ କରିଥିବା ୨୨ଜଣ ଅନାଥ ଓ ବାପ ଛେଉଣ୍ଡ ଅସହାୟ ଛାତ୍ରୀଙ୍କୁ ଏଯାଏଁ ଏହି ସହାୟତା ମିଳିନଥିବା କହିଛନ୍ତି ଏହି ଛାତ୍ରୀମାନେ। ସ୍ଥାନୀୟ ମାଝିଗୁଡ଼ା ନବରଙ୍ଗପୁର ନର୍ସିଂ କଲେଜରେ ଏହି ଗରିବ ତଥା ଅସହାୟ ଛାତ୍ରୀମାନେ ପଢ଼ୁଥିବା ବେଳେ ଏମାନେ ଯଶୋଦା ଆବେଦନ କରିବାର ୪ମାସ ପରେ ବି ଏହି ସହାୟତା ରାଶି ପାଇ ନାହାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ନବରଙ୍ଗପୁର ସହରର ଅନାଥ ମମତା ଜାନୀ।

ସେହିପରି କୋଭିଡରେ ବାପାଙ୍କ ମୃତ୍ୟୁ ପରେ ବାପ ଛେଉଣ୍ଡ ହୋଇଥିବା ଶୁଭଶ୍ରୀୟା ଅଧିକାରୀ ବି ଏହି ସହାୟତା ପାଇ ନାହାନ୍ତି। ସେହିପରି ବାପଛେଉଣ୍ଡ ଶୀତଳ ସାମନ୍ତରାୟ, ହୀରାମଣି ଭତରା, ସୁନନ୍ତି ଗଣ୍ଡ, କେ ସାଶଇଜ୍ୟୋତି, ସୁଚିତ୍ରା ଭତରା, ଭବାନୀ ନାୟକ, ମାଳତୀ ହରିଜନ, ଲଲିତା ମାଝି, ଇପ୍ସିତା ନାୟକ, ରାଜେଶ୍ବରୀ ମହାନ୍ତି, କଳସ ସିଂ ରାଜପୁତ। ସେହିପରି ବାପା ଛାଡି ପଳାଇଥିବା କୁସୁମା ପରୱିନ ଓ ନାଜ ପରୱିନ ଏହି ସହାୟତା ପାଇବା ପାଇଁ ଆବେଦନ କରିଥିଲେ ହେଁ ପାଇନଥିବା କହିଛନ୍ତି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ଯୋଗଯୋଗ କରିବାରେ ଏହି ଆବେଦନକାରୀଙ୍କ କାଗଜପତ୍ର ଯାଂଚ ଚାଳିଛି ଏହା ସରିବା ପରେ ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି। ତେବେ ଅସହାୟ ଛାତ୍ରୀ ମାନଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe