ନକ୍ସଲ ସଙ୍ଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୧୧ ମହିଳାଙ୍କ ସମେତ ୨୪ ନକ୍ସଲ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୪ ଜଣ ନାମରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

bhi

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୪ ଜଣ ନାମରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନକ୍ସଲମାନେ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ସୁଦୂର ହେମଲା(୩୩),କୋମଲି ମିଡିୟମ(୩୬), ଜୟମତି ପୁନେମ(୨୪),ସମନାଥ କୁଞ୍ଜାମ(୪୦),ଚେତୁ କୁରସମ(୩୦),ବୁଚି ମାଡ଼ବି(୨୫),ସୁଖମତି ଓର୍ଷା(୨୮),ଷୋମଲି ହେମଲା(୪୫),ବୁଜ୍ଜି ପଦମ(୨୦),ସାକ୍କୋ ପୁନେମ(୨୮),ହିଡ଼ମେ ବେକ୍କୋ(୨୨),ସୋନି କୋର୍ସ(୩୦),ଲଚ୍ଛା ତାତି(୨୫),ମଙ୍ଗୁ ପୁନେମ(୨୧),ଆଇତୁ କୋରସା(୪୫),ଆଇତୁ କାବାସୀ(୪୦),ମହେଶ ମାଡ଼ବି(୨୯),ରୋନି ତାତି(୨୪),ସନ୍ତୁ କାବାସୀ(୩୦),ତୁଳସୀ ପୁନେମ(୨୨),ସନକୁ କାବାସୀ(୩୯),ଜଗୁ କୁରସାମ(୩୦),ମନକୁ ରାମ(୨୨) ଏବଂ ପାଇକୁ ହେମଲା(୩୨)।

ସଂଗଠନରେ ଚାଲିଥିବା ଭେଦଭାବ, ପୁଲିସର ଲଗାତାର ଆକ୍ରମଣରେ ନକ୍ସଲ ଭୟଭୀତ ହୋଇଯାଇଛନ୍ତି। ମୃତ୍ୟୁ ଅପେକ୍ଷା ପରିବାର ସହ ଖୁସିରେ ରହିବାକୁ ଏମାନେ ପସନ୍ଦ କରିଥିଲେ। ଏଥିସହ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇଥିବା ଏମାନେ କହିଥିଲେ। ସରକାରଙ୍କ ତରଫରୁ ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ କରାଯାଇ ଥଇଥାନ କରାଯିବ ବୋଲି ପୁଲିସ କହିଛି।

naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe