ବିକ୍ରି ପୂର୍ବରୁ ଶିକାରୀ ଠାରୁ ୨୫କିଲୋ ସମ୍ବର ମାଂସ ଜବତ

ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ କରୁଛନ୍ତି। କିନ୍ତୁ ଜଙ୍ଗଲ ମାଫିଆ ଓ ଶିକାରୀମାନେ ଏହାକୁ ବିଫଳ କରୁଛନ୍ତି।

ଅଦ୍ୟତନ ହୋଇଛି
sambar

କପ୍ତିପଦା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ କରୁଛନ୍ତି। କିନ୍ତୁ ଜଙ୍ଗଲ ମାଫିଆ ଓ ଶିକାରୀମାନେ ଏହାକୁ ବିଫଳ କରୁଛନ୍ତି। ଶିକାରୀମାନଙ୍କ ଆକ୍ରୋଶ ପାଇଁ ବନ୍ୟଜନ୍ତୁଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଉଛି। ମୟୂରଭଂଜ ଜିଲ୍ଲା ବାରିପଦା ବନଖଣ୍ଡ କପ୍ତିପଦା ଅଞ୍ଚଳରୁ ବନବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ୨୫ କିଲୋ ସମ୍ବର ମାଂସ ସମେତ ଶିକାର ପାଇଁ ବ୍ୟବହୃତ ପାରଂପରିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

ବନ୍ୟପ୍ରାଣୀ ଶିକାର ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ନିର୍ଦ୍ଦେଶରେ ଏକ ୧୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଶରତ ବିଟ୍‌ ନୋଟ୍‌ ସେକ୍‌ସନ୍‌ ଏରିଆ କଟୁରିଆ ବିନ୍ଧାଣୀସାହିରୁ ଚୈତନ୍ୟ ମୁର୍ମୁ (୩୬)ଙ୍କ ଘରୁ ୨୫ କିଲୋ ସମ୍ବର ମାଂସ, ୨ଟି ଧନୁ, ୪ଟି ତୀର ଓ ଗୋଟିଏ ଦେଶୀ ବନ୍ଧୁକ କପ୍ତପଦା ବନ ବିଭାଗ ଜବତ କରିଛି। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଚୈତନ୍ୟ ମୁର୍ମୁ ଏହି ମାଂସକୁ ବିକ୍ରି କରିବାକୁ ଯୋଜନା କରିଥିଲା।

ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ନିର୍ଦ୍ଦେଶରେ ଏକ ୧୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଶରତ ବିଟ୍‌ ନୋଟ୍‌ ସେକ୍‌ସନ୍‌ ଏରିଆ କଟୁରିଆ ବିନ୍ଧାଣୀସାହିରୁ ଚୈତନ୍ୟ ମୁର୍ମୁ (୩୬)ଙ୍କ ଘରୁ ୨୫ କିଲୋ ସମ୍ବର ମାଂସ, ୨ଟି ଧନୁ, ୪ଟି ତୀର ଓ ଗୋଟିଏ ଦେଶୀ ବନ୍ଧୁକ କପ୍ତପଦା ବନ ବିଭାଗ ଜବତ କରିଛି।

ଏହି ଚଢ଼ାଉ ଭୋର ସକାଳ ୫ଟା ୩୦ରେ ହୋଇଥିଲା। ଏହି ଚଢ଼ାଉରେ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶ, ଏସିଏଫ୍‌ ଅରୁଣ କୁମାର ବିଶ୍ବାଳ, କପ୍ତିପଦା ବନାଞ୍ଚଳ ଅଧିକାରୀ ଅଚ୍ୟୁତାନନ୍ଦ ଦାସ ଓ ଶରତ, କଟୁରିଆ, ପୋତାଡିହ ବିଟ୍‌ର ବନରକ୍ଷୀ, ଟାଇଗର ଫୋର୍ସମାନେ ସାମିଲ ଥିଲେ। କପ୍ତିପଦା ବନାଞ୍ଚଳ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe