ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ, ଧୋଇଗଲା ତିଖିଲିଆ ପୋଲ

ଆଖୁଆପଦା ଆନିକଟରେ ବିପଦ ସଂକେତ ଉପରେ ବୈତରଣୀ। ଲଗାଣ ବର୍ଷା ଓ ବୈତରଣୀରେ ଆସିଥିବା ବନ୍ୟା ଜଳ ପ୍ରଭାବରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲିବା ସହିତ ସ୍ଥିତି ପରଖିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲିକ।

BDK

ଭଦ୍ରକ: ଆଖୁଆପଦା ଆନିକଟରେ ବିପଦ ସଂକେତ ଉପରେ ବୈତରଣୀ। ଲଗାଣ ବର୍ଷା ଓ ବୈତରଣୀରେ ଆସିଥିବା ବନ୍ୟା ଜଳ ପ୍ରଭାବରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲିବା ସହିତ ସ୍ଥିତି ପରଖିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲିକ। ପ୍ରଥମେ ଆଖୁଆପଦା ଆନିକଟରେ ବୈତରଣୀ ନଦୀର ସ୍ଥିତି ଦେଖିବା ପରେ ଷୋଳମପୁର ପଞ୍ଚାୟତ ବିନ୍ଧାଣ ବ୍ୟାରେଜ ପାର୍ଶ୍ୱରେ ଧସିଥିବା ପଥର ବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏଠାରେ ପ୍ରାୟ ୪୫ ଫୁଟର ପଥର ବନ୍ଧ ଧସି ଯାଇଥିବା ବେଳେ ଆଖପାଖ ପଞ୍ଚାୟତବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଯାହାକୁ ନେଇ ବିଧାୟକ ଘଟଣାସ୍ଥଳ ବୁଲିବା ସହିତ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବା ସହିତ ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଛନ୍ତି। ବୈତରଣୀ ନଦୀରେ ଆସିଥିବା ବନ୍ୟା ପ୍ରଭାବରେ ଭଣ୍ଡାରିପୋଖରୀ ଷୋଳମପୁରସ୍ଥିତ ତିକିଲିଆ ପୋଲ ପୁଣି ଥରେ ଧସି ଯାଇଛି। ଫଳରେ ପୁଣି ଅନେକ ଗାଁ ବାହ୍ୟ ଜଗତ୍ରୁ ବିଛିନ୍ନ ହୋଇଯାଇଛି।

IMG-20250824-WA0026

-ଧାମନଗର ବ୍ଲକ ୪ଟି ପଞ୍ଚାୟତର ୨୫ଟି ବିଦ୍ୟାଳୟ ଛୁଟି 
-୨ ଦିନ ପାଇଁ ବିଦ୍ୟାଳୟ ଛୁଟି ଘୋଷଣା 
-ବୈତରଣୀ ବନ୍ୟା ଯୋଗୁଁ ବିଦ୍ୟାଳୟ ଛୁଟି ଘୋଷଣା କଲା ପ୍ରଶାସନ 
-ସହଡ଼ା, ଅର୍ଜୁନପୁର, ହସିନାବାଦ ଓ ପ୍ରଧାନୀରେ ବିଦ୍ୟାଳୟ ଛୁଟି

ଗତ ବନ୍ୟାରେ ପୋଲ ଭାଙ୍ଗି ଯାଇଥିଲା। ତେବେ ପ୍ରଶାସନକୁ ଗ୍ରାମବାସୀମନେ ବାରମ୍ବାର ଦାବି ପରେ ମଧ୍ୟ ଅସ୍ଥାୟୀ ମରାମତି କରିବାରେ ବିଳମ୍ବ କରାଯାଇଥିଲା। ବାଲିବସ୍ତା ଦେଇ ରାସ୍ତାକୁ ପୋଲ ସହିତ ଯୋଡ଼ାଯାଇଥିଲା ମାତ୍ର କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଂଚିବାକୁ ଥିବା ବେଳେ ଆଜି ବୈତରଣୀରେ ଆସିଥିବା ବନ୍ୟା କାରଣରୁ ପୁଣି ଥରେ ବାଲି ବସ୍ତାଗୁଡ଼ିକ ଧସି ଯିବା ସହିତ ରାସ୍ତା ଧୋଇ ହୋଇଯାଇଛି। 

Bhadrak | Baitarani river

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe