ନକ୍ସଲ ଅପରେସନ୍‌ ଜାରି: ମାଓବାଦୀ ଲୁଚିବା ପାଇଁ ଜଙ୍ଗଲରେ ନାହିଁ ସ୍ଥାନ!

Advertisment

ଆଜିକୁ ୧୬ ଦିନ ବିତିଥିବା ବେଳେ ଗତକାଲି ରାତିରୁ ଜଂଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ ଜାରି ରହିଛି। ଆଜି ଦିନ ତମାମ ରହି ରହି ଗୁଳିବିନିମୟ ଘଟିଛି। ତେବେ ଯବାନ ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କୁ ଖୋଜିଖୋଜି ମାରୁଥିବା ଦେଖିବାକୁ ମିଳିଛି।

ଆଜିକୁ ୧୬ ଦିନ ବିତିଥିବା ବେଳେ ଗତକାଲି ରାତିରୁ ଜଂଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ ଜାରି ରହିଛି। ଆଜି ଦିନ ତମାମ ରହି ରହି ଗୁଳିବିନିମୟ ଘଟିଛି। ତେବେ ଯବାନ ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କୁ ଖୋଜିଖୋଜି ମାରୁଥିବା ଦେଖିବାକୁ ମିଳିଛି।

Naxals killed in Malkangiri

Naxals killed in Malkangiri Photograph: (sambad.in)

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ଏବଂ ଛତିଶଗଡ଼ର ବିଜାପୁରକୁ ଲାଗି ରହିଥିବା କାରଗେଟ୍ଟା ଜଂଗଲରେ ଗତ ୧୬ ଦିନ ଧରି ଯବାନ ଲଗାତାର ଅପରେସନ ଜାରି ରଖିଛନ୍ତି। ଆଜିକୁ ୧୬ ଦିନ ବିତିଥିବା ବେଳେ ଗତକାଲି ରାତିରୁ ଜଂଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ ଜାରି ରହିଛି। ଆଜି ଦିନ ତମାମ ରହି ରହି ଗୁଳିବିନିମୟ ଘଟିଛି। ତେବେ ଯବାନ ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କୁ ଖୋଜିଖୋଜି ମାରୁଥିବା ଦେଖିବାକୁ ମିଳିଛି। ଡ୍ରୋନ ସାହାଯ୍ୟରେ କିପରି ନକ୍ସଲଙ୍କୁ ଖୋଜା ଚାଲିଛି ତାହାର ଏକ ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ତେବେ ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨୬ ଜଣ ନକ୍ସଲଙ୍କର ଶବ ମିଳିଥିବା ସୂଚନା ମିଳିଛି। 

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପୁଲିସ ଅଧିକାରୀ ଏନେଇ ସ୍ପଷ୍ଟ କରିନାହାନ୍ତି। ସଂଧ୍ୟାରେ ରିପୋର୍ଟ ଆସିବା ପରେ ହିଁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ଗତ ୨୨ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ୧୦ ହଜାର ଯବାନ ସାମିଲ ହୋଇଛନ୍ତି। ଗତ କିଛି ତଳେ ୩ ଜଣ ଏବଂ ଗତ ଦୁଇ ଦିନ ତଳେ ଜଣେ ମହିଳା ନକ୍ସଲଙ୍କୁ ଯବାନ ମାରିଥିଲେ। ଆଜି ବଡ଼ ଏନକାଉଣ୍ଟରରେ ୨୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳୁଛି।

ମାଓ ଦମନରେ ନିର୍ଣ୍ଣାୟକ ଲଢେଇ ଜାରି ରହିଥିବା ବେଳେ ବଡ଼ବଡ଼ କ୍ୟାଡର ନକ୍ସଲ ଏବେ କେଉଁଠି ଲୁଚି ରହିଛନ୍ତି ଯବାନ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଏହି କାରେଗଟ୍ଟା ଜଂଗଲରେ ବଡ ବଡ ନକ୍ସଲ ଲୁଚି ରହିଥାନ୍ତି। ଜଂଗଲର ପାଦ ପାଦକେ ବୋମା ଖଞ୍ଜା ଯାଇଥିଲା। ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ଲ୍ୟାଣ୍ଡମାଇନ ଯବାନ ଉଦ୍ଧାର କରି ନିଷ୍କ୍ରିୟ କରିସାରିଲେଣି। ଏହି ବୋମା ନିଷ୍କ୍ରିୟ ସମୟରେ ୫ରୁ ୬ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି। ଏହି ଅପରେସନରେ ସିଆରପିଏଫ୍‌, ଏସଟିଏଫ୍‌, ଡିଆରଜି, ବସ୍ତର ଫାଇଟର୍ସ ଇତ୍ୟାଦି ବାଟାଲିୟନର ଯବାନ ସାମିଲ ରହିଛନ୍ତି। ଘଟଣାସ୍ଥଳରୁ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।

ନକ୍ସଲଙ୍କୁ ଲୁଚିବାକୁ ସ୍ଥାନ ନଥିବା ପୁଲିସ କହିଛି। ସରକାର ଏବଂ ପୁଲିସର ଉଚ୍ଚ ପଦାଧିକାରୀମାନେ ଏହି ଅପରେସନ ଉପରେ ତୀକ୍ଷଣ୍ ନଜର ରଖିଛନ୍ତି। ପ୍ରତ୍ୟେକ ଘଟଣାକୁ ନେଇ ତର୍ଜମା କରାଯାଉଛି। ନକ୍ସଲଙ୍କୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ଆତ୍ମସମର୍ପଣ କର ନଚେତ ମର। ତେବେ ରହି ରହି ଗୁଳିବିନିମୟ ହେଉଥିବାରୁ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି ହେଉଥିବା ସୂଚନା ମିଳିଛି। ତେବେ ସଂପୃକ୍ତ ରିପୋର୍ଟ ଗୁଳିବିନିମୟ ବନ୍ଦ ପରେ ହିଁ ମିଳିବ ବୋଲି କୁହାଯାଇଛି।

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe