୨୬ ନକ୍ସଲଙ୍କ ଆତ୍ମସମର୍ପଣ,  ୩ ଜଣଙ୍କ ନାମରେ ଥିଲା ପୁରସ୍କାର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ପୁଲିସ ନିକଟରେ ୨୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜନମିଲିସିଆ କମାଣ୍ଡର ରାଜେଶ କଶ୍ୟପ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

nj

ମାଲକାନଗିରି,୮/୪(ଇମିସ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ପୁଲିସ ନିକଟରେ ୨୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପୁଲିସ ଉପ ମହାନିରୀକ୍ଷକ କମଳ ଲୋଚନ କଶ୍ୟପ,ଏସପି ଗୌରବ ରାୟ,ସିଆରପିଏଫ କମାଣ୍ଡାଣ୍ଟ ସମ୍ମୁଖରେ ରହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜନମିଲିସିଆ କମାଣ୍ଡର ରାଜେଶ କଶ୍ୟପ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଜନତାନା ସରକାର ଅଧକ୍ଷ କୋଷା ମାଡ଼ବି ନାମରେ ୧ ଲକ୍ଷ ଏବଂ ସିଏନଏମ ସଦସ୍ୟ ଚଟ୍ଟୁ କୁଞ୍ଜମ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରହିଥିଲା।

ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପୁଲିସ ଉପ ମହାନିରୀକ୍ଷକ କମଳ ଲୋଚନ କଶ୍ୟପ,ଏସପି ଗୌରବ ରାୟ,ସିଆରପିଏଫ କମାଣ୍ଡାଣ୍ଟ ସମ୍ମୁଖରେ ରହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜନମିଲିସିଆ କମାଣ୍ଡର ରାଜେଶ କଶ୍ୟପ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଜନତାନା ସରକାର ଅଧକ୍ଷ କୋଷା ମାଡ଼ବି ନାମରେ ୧ ଲକ୍ଷ ଏବଂ ସିଏନଏମ ସଦସ୍ୟ ଚଟ୍ଟୁ କୁଞ୍ଜମ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରହିଥିଲା। ସରକାରଙ୍କ ଘରକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।

ସରକାରଙ୍କ ଘରକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଲଗାତାର ପୁଲିସର ଚଢ଼ାଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ପୁଲିସ ଗୁଳିରେ ମାରିବା ଅପେକ୍ଷା ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ ପରିବାର ଲୋକଙ୍କ ସହ କଟାଇବାକୁ ଏମାନେ ମନସ୍ଥ କରିଥିବା କୁହାଯାଇଛି। ପୁଲିସ ତରଫରୁ ନୂଆ ନିୟମ ଅନୁଯାୟୀ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe