ବ୍ୟାପକ ଧାନ ଫସଲ ନଷ୍ଟ କଲେ ୨୮ଟିକିଆ ହାତୀପଲ

ବିଗତ ବର୍ଷ ଭଳି ଚଳିତ ବର୍ଷ ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲI କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଜେଲି ଗ୍ରାମ ନିକଟସ୍ଥ ଡାଗାରମୁଣ୍ଡାର କାଟିବାଜୁ ଅଞ୍ଚଳରେ ୨୮ ଟିକିଆ ଜଙ୍ଗଲୀ ହାତୀପଲ ପଶି ଫସଲ ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛିI

ଘୁ.ଉଦୟଗିରି: ବିଗତ ବର୍ଷ ଭଳି ଚଳିତ ବର୍ଷ ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲI କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଜେଲି ଗ୍ରାମ ନିକଟସ୍ଥ ଡାଗାରମୁଣ୍ଡାର କାଟିବାଜୁ ଅଞ୍ଚଳରେ ୨୮ ଟିକିଆ ଜଙ୍ଗଲୀ ହାତୀପଲ ପଶି ଫସଲ ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛିI

ଛୋଟ ବଡ଼ ମିଶି ୨୮ଟି ହାତୀଙ୍କ ପାଦ ଚି଼ହ୍ନ, ମଳ ଚାଷ ଜମିରେ ଦେଖିବା ସହ ହାତୀପଲ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତିI ସୁଜେଲି ଗ୍ରାମବାସୀଙ୍କ ମଧ୍ୟରେ ରାମନାଥ ପ୍ରଧାନ, କରନ ସାହୁ, ସୁମନ୍ତ ପ୍ରଧାନ, ରୁନା ପ୍ରଧାନ, ରୋଦନା ପ୍ରଧାନ, ବକ୍ସି ପ୍ରଧାନଙ୍କ କହିବା ପ୍ରକାରେ ଶନିବାର ବିଳମ୍ବିତ ରାତିରେ ୨୮ ଟିକିଆ ହାତୀ ପଲ ଆସି ତାଙ୍କ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେI 

publive-image

ଆନୁମାନିକ ଭାବେ ଲୋକଙ୍କ କହିବା ପ୍ରକାରେ ଦନ୍ତା ହାତୀ ୩ ଗୋଟି, ଛୁଆ ହାତୀ ୧୫ ଗୋଟି ଏବଂ ବଡ଼ ହାତୀ ୧୦ ଗୋଟି ହାତୀପଲ ମଧ୍ୟରେ ରହିଛନ୍ତିI ଲୋକେ ତାଙ୍କୁ ସେଠାରୁ ଘଉଡାଇବାରୁ ଜଙ୍ଗଲ ମଧ୍ୟକୁ ପଳେଇଛନ୍ତିI ସଂନ୍ଧ୍ୟା ହେଲେ ପୁଣି ଫସଲ ମୁହାଁ ହେବେ ବୋଲି ଗ୍ରାମବାସୀ ଆଶଙ୍କାରେ ରହିଥିବା କହିଛନ୍ତିI

ଏନେଇ ଜଙ୍ଗଲ ବିଭାଗକୁ ସୂଚନା ଦେଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଲୋକେ ଅଭିଯୋଗ ଆଣିଛନ୍ତିI ଏ ନେଇ ଅତିରିକ୍ତ ବନ ସଂରକ୍ଷକ ଅଧିକାରୀ କାଜୋଲ ନାୟକଙ୍କୁ ବୁଝିବାରୁ ସେ କହିଲେ ଦୁଇ ଦିନ ତଳେ ଆସିଥିଲେ ଉକ୍ତ ହାତୀପଲ ଉତ୍ତର ବନ ଖଣ୍ଡ ରମ୍ଭା ରେଞ୍ଜକୁ ପଳେଇ ଯାଇଛନ୍ତି କିନ୍ତୁ ହାତୀପଲ ସୁଜେଲି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଏବଂ ହାତୀଙ୍କ ଉପସ୍ଥିତି ବିଷୟରେ ବନ ବିଭାଗ ଅଧିକାରୀ ଅଜ୍ଞ।

Elephant | Farmers | Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe