ନକ୍ସଲ ସଂଗଠନର ପ୍ରେସ ବିଜ୍ଞପ୍ତି: ଗୁଳିବିନିମୟରେ ୨୭ ନୁହେଁ, ୨୮ ନକ୍ସଲଙ୍କ ମୃତ୍ୟୁ

ଗତ ୨୧ ତାରିଖରେ ଆବୁଝମାଡ଼ ଜଙ୍ଗଲରେ ଘଟିଥିବା ଗୁଳିବିନିମୟରେ ମାଓ ମହାସଚିବ ବାସବରାଜୁ ସମେତ ୨୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କୁହାଯାଇଥିଲା। କିନ୍ତୁ ନକ୍ସଲ ପ୍ରେସ ବିଜ୍ଞପ୍ତି ଜାରି କରି ୨୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସ୍ୱୀକାର କରିଛନ୍ତି।

naxal

naxal Photograph: (sambad.in)

ମାଲକାନଗିରି: ଗତ ୨୧ ତାରିଖରେ ଆବୁଝମାଡ଼ ଜଙ୍ଗଲରେ ଘଟିଥିବା ଗୁଳିବିନିମୟରେ ମାଓ ମହାସଚିବ ବାସବରାଜୁ ସମେତ ୨୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କୁହାଯାଇଥିଲା। କିନ୍ତୁ ନକ୍ସଲ ପ୍ରେସ ବିଜ୍ଞପ୍ତି ଜାରି କରି ୨୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସ୍ୱୀକାର କରିଛନ୍ତି।

ଜଙ୍ଗଲରୁ ଯବାନ ଚାଲିଯିବା ପରେ ନକ୍ସଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଂଗଲରୁ କମ୍ରେଡ଼ ନିଲେଶର ଶବକୁ ଉଦ୍ଧାର କରିଥିଲେ। ଯାହା ଯବାନ ପାଇନଥିଲେ। ତେବେ ଏମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ କହିଛି। ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ହୋଇ ଶତ୍ରୁ ସହ ଲଢେ଼ଇ କରାଯିବ ବୋଲି କୁହାଯାଇଛି। ଯୁଦ୍ଧ ବନ୍ଦ ନେଇ ଆମ ତରଫରୁ ବହୁ ଥର ସରକାରଙ୍କୁ ନିବେଦନ କଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଓପେରସନ କଗାରକୁ ବନ୍ଦ କରୁନାହାନ୍ତି। ସରକାର ନିରୀହ ଆଦିବାସୀଙ୍କୁ ହତ୍ୟା କରିବାରେ ପଛାଉ ନାହାନ୍ତି। ବାସବରାଜୁଙ୍କୁ ମାରିବା ପାଇଁ ପୁଲିସ ବହୁ ଦିନରୁ ଚେଷ୍ଟା ଜାରି ରଖିଥିଲା। ଆମେ ଏ ବିଷୟରେ ଅବଗତ ହେବା ପରେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବହୁ ଥର ବୁଝାଇଥିଲୁ। କିନ୍ତୁ ସେ ଆମକୁ କହିଥିଲେ ଯେ ଏଥର ଯୁବକଙ୍କ ହାତରେ ସଂଗଠନ ରହୁ। ମୁଁ ଆଉ ୨ରୁ ୩ ବର୍ଷ କାମ କରିପାରିବି। ତେଣୁ ମୋ କଥା ଚିନ୍ତା କରନାହିଁ। ଆବୁଝମାଡ଼ ଜଙ୍ଗଲରେ ବାସବରାଜୁ ବୁଲୁଥିବା ଆମର କିଛି ବେଇମାନ ସାଥୀ ପୁଲିସ ସହ ମିଶି ଏହି ଘଟଣା ଘଟାଇଥିଲେ। ୧୭ ତାରିଖରେ ଡିଆରଜି ଯବାନ  ଜଙ୍ଗଲରେ ପଶି ବାସବରାଜୁକୁ ଘେରିଥିଲେ। ଜଙ୍ଗଳରର ୫ଥର ମୁହାଁମୁହିଁ ହୋଇଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିଲା। ଆମ କମ୍ରେଡ଼ମାନେ ଖସି ପଳାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଯବାନ ଚାରିପଟୁ ଘେରି ଆମର ୨୮ ଜଣ କମ୍ରେଡ଼ଙ୍କୁ ହତ୍ୟା କରିଥିଲେ। ଏଥିସହ ବାସବରାଜୁକୁ ଧରି ଅତି ନିକଟରୁ ହତ୍ୟା କରିଥିଲେ। ଏହି ଟିମରେ ୩୫ ଜଣ ନକ୍ସଲ ଥିଲେ। ୭ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ।

ଜଂଗଲରୁ କମ୍ରେଡ଼ ନିଲେଶର ଶବକୁ ଉଦ୍ଧାର କରିଥିଲେ। ଯାହା ଯବାନ ପାଇନଥିଲେ। ତେବେ ଏମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ କହିଛି। ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ହୋଇ ଶତ୍ରୁ ସହ ଲଢେ଼ଇ କରାଯିବ ବୋଲି କୁହାଯାଇଛି। ଯୁଦ୍ଧ ବନ୍ଦ ନେଇ ଆମ ତରଫରୁ ବହୁ ଥର ସରକାରଙ୍କୁ ନିବେଦନ କଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଓପେରସନ କଗାରକୁ ବନ୍ଦ କରୁନାହାନ୍ତି। ସରକାର ନିରୀହ ଆଦିବାସୀଙ୍କୁ ହତ୍ୟା କରିବାରେ ପଛାଉ ନାହାନ୍ତି। ବାସବରାଜୁଙ୍କୁ ମାରିବା ପାଇଁ ପୁଲିସ ବହୁ ଦିନରୁ ଚେଷ୍ଟା ଜାରି ରଖିଥିଲା। ଆମେ ଏ ବିଷୟରେ ଅବଗତ ହେବା ପରେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବହୁ ଥର ବୁଝାଇଥିଲୁ। କିନ୍ତୁ ସେ ଆମକୁ କହିଥିଲେ ଯେ ଏଥର ଯୁବକଙ୍କ ହାତରେ ସଂଗଠନ ରହୁ। ମୁଁ ଆଉ ୨ରୁ ୩ ବର୍ଷ କାମ କରିପାରିବି। ତେଣୁ ମୋ କଥା ଚିନ୍ତା କରନାହିଁ। ଆବୁଝମାଡ଼ ଜଙ୍ଗଲରେ ବାସବରାଜୁ ବୁଲୁଥିବା ଆମର କିଛି ବେଇମାନ ସାଥୀ ପୁଲିସ ସହ ମିଶି ଏହି ଘଟଣା ଘଟାଇଥିଲେ। ୧୭ ତାରିଖରେ ଡିଆରଜି ଯବାନ  ଜଙ୍ଗଲରେ ପଶି ବାସବରାଜୁକୁ ଘେରିଥିଲେ। ଜଙ୍ଗଳରର ୫ଥର ମୁହାଁମୁହିଁ ହୋଇଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିଲା। ଆମ କମ୍ରେଡ଼ମାନେ ଖସି ପଳାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଯବାନ ଚାରିପଟୁ ଘେରି ଆମର ୨୮ ଜଣ କମ୍ରେଡ଼ଙ୍କୁ ହତ୍ୟା କରିଥିଲେ। ଏଥିସହ ବାସବରାଜୁକୁ ଧରି ଅତି ନିକଟରୁ ହତ୍ୟା କରିଥିଲେ। ଏହି ଟିମରେ ୩୫ ଜଣ ନକ୍ସଲ ଥିଲେ। ୭ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ।

ପାକିସ୍ତାନ ସିସଫାଇର ପାଇଁ କହିବାରୁ ମୋଦୀ ସରକାର ଯୁଦ୍ଧ ବନ୍ଦ କରିଦେଲେ। କିନ୍ତୁ ଆମେ ବାରମ୍ବାର ଅନୁରୋଧ ପରେ ବି ଆକ୍ରମଣ ଜାରି ରହିଛି। ଆମେ ଗତ ୬ ମାସ ହେବ କୌଣସି କ୍ଷତି ଘଟାଇ ନାହୁଁ। ତେଣୁ ସମସ୍ତେ ଏହି ହତ୍ୟାକାଣ୍ଡକୁ ବିରୋଧ କରିବା ସହ ସହିଦ ଦିବସ ପାଳନ କରନ୍ତୁ ବୋଲି ବିକଳ୍ପ ଆହ୍ଵାନ ଦେଇଛି। ଆଗାମୀ ଦିନରେ ନକ୍ସଲଙ୍କ ବଳିଦାନର ବୁକଲେଟ ବାହାରିବ ବୋଲି କୁହାଯାଇଛି।

naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe