ଜଗତସିଂହପୁର: ଜଗତସିଂହପୁର ଗଣଦୁଷ୍କର୍ମ ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ବିରିଡ଼ିରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କାର୍ତ୍ତିକ ମାଝୀ। ପୁଲିସ ଆସନ୍ତାକାଲି କାର୍ତ୍ତିକକୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।
ଗଣଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ଯ ଅଭିଯୁକ୍ତକୁ କଟକରୁ ଗିରଫ କରିଥିଲା। ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଥିଲା। ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା।
ସୂଚନାଯୋଗ୍ୟ, ଜଗତସିଂହପୁରରେ ଗତକାଲି ରାତିରେ ଜଣେ ୧୮ ବର୍ଷର ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସଦର ମହକୁମାରୁ ୫ କିଲୋମିଟର ଦୂରରେ ଥିବା ଗାଁର ପୀଡ଼ିତା ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଜନ୍ମଦିନ କାର୍ଯ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।
Jagatsinghpur
Follow Us