ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଉଛନ୍ତି ଉଭୟ ଶାସକ ଓ ବିରୋଧୀ।

Advertisment

ବିଧାନସଭାରେ ବୋମା ବିସ୍ଫୋରଣ ପ୍ରସଙ୍ଗ

ଏଣେ ବିଧାନସଭାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମା ବିସ୍ଫୋରଣ ପ୍ରସଙ୍ଗ ଉଠିଛି। ବିଜେଡି ବିଧାୟକ ପ୍ରତାପ ଦେବ ପ୍ରସଙ୍ଗ ଉଠାଇଥିଲେ। ଘଟଣାର ତଥ୍ୟ ସଂଗ୍ରହ କରି ବିଧାନସଭାରେ ଉପସ୍ଥାପନ କରିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ:  6 More Accused Arrested ବାଲି ମାଫିଆଙ୍କ ଆକ୍ରମଣ ଘଟଣା: ବନ୍ଧା ହେଲେ ଆଉ ୬ ଅଭିଯୁକ୍ତ

ଏଣେ ଏଣିକି ୨୦ରୁ ଅଧିକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲାଯିବନାହିଁ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋଲି କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଏକଥା ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି, ହ୍ରପ୍ ଆଉଟ ସଂଖ୍ୟା କମ୍ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ଆହୁରି ପଢ଼ନ୍ତୁ: Odisha Assembly: ରାଜାଙ୍କୁ ଦେଖି ଅଟକିଗଲେ ରାଷ୍ଟ୍ରପତି: ସ୍ମୃତି ବଖାଣିଲେ ରାଜା ସ୍ବାଇଁ… କହିଲେ- ଆମର ଭାଇଭଉଣୀ ଭଳିଆ ସମ୍ପର୍କ ଥିଲା..

 ତେଣେ ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ। କଂଗ୍ରେସ ତରଫରୁ ମୁଲତବୀ ପ୍ରସ୍ତାବ ଅଣାଯାଇଛି।