3 Dacoits Arrested ଡକାୟତି ଯୋଜନା ବେଳେ ୩ ଡକାୟତଙ୍କୁ ମାଡ଼ି ବସିଲା ଅନୁଗୁଳ ପୁଲିସ

ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ଖବର ପାଇ ମାଡ଼ି ବସିଲା ଅନୁଗୁଳ ଥାନା POLICE। ୩ ଜଣକୁ କାବୁ କରିଛି ପୁଲିସ। ତିନି ଡକାୟତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଦୁଇ ଜଣ ଭୁବନେଶ୍ୱରରୁ ଜଣେ ଥିବା ଜଣାଯାଇଛି।

Untitled-6

3 Dacoits Arrested by anugol police Photograph: (Sambad.in)

ଅନୁଗୁଳ: ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ଖବର ପାଇ ମାଡ଼ି ବସିଲା ଅନୁଗୁଳ ଥାନା ପୁଲିସ। ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ପଡ଼ିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୁଲିସ। ୩ ଜଣକୁ କାବୁ କରିଛି ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ପ୍ରାୟ ୩୦ ଗ୍ରାମ ଡ୍ରଗସ ଜବତ ହୋଇଛି। 

ଦୁଇ ଅଭିଯୁକ୍ତ ଫେରାର

ଆହୁରି ପଢ଼ନ୍ତୁ:Reaction Bjd Bhupinder Singh ୨୦୨୪ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ: ଭୂପିନ୍ଦର ସିଂହ

ଏହାଛଡ଼ା ସେମାନଙ୍କ ନିକଟରୁ ଗୋଟେ ଚାପଡ, ୩ଟି ମଦ ବୋତଲ , ଏକ କାର, ୨ ଟି ମୋଟର ସାଇକେଲ ମଧ୍ଯ ଜବତ ହୋଇଛି। ଧରାପଡ଼ିଥିବା ତିନି ଡକାୟତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଦୁଇ ଜଣ ଭୁବନେଶ୍ୱରରୁ ଜଣେ ଥିବା ଜଣାଯାଇଛି। ଅପରପକ୍ଷରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:Reaction Bjd-Leader-Debasish-Samantray ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି: ଦେବାଶିଷ ସାମନ୍ତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe