ଠାକୁରାଣୀ ଯାତ୍ରା ଦେଖିବାକୁ ଯିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ଜୀବନ

ବଂଶଧାରା ନଦୀ ପୋଲ ଉପରେ ଏକ ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଛନ୍ତି I ମୃତକମାନେ ହେଲେ ସୁବ୍ରତ ଶବର, ବୁଲୁ ଶବର ଓ ବାଳକୃଷ୍ଣ ହାରକା I ସମସ୍ତ ମୃତକ ଗୁଡ଼ାରି ବ୍ଲକ ଅନ୍ତର୍ଗତ କଇଠ ପଦର ଓ ଜଗନ୍ନାଥପୁର ଗ୍ରାମର ବୋଲି ଜଣା ପଡ଼ିଛି।

Accident

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ପୋଲ ଉପରେ ଏକ ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଛନ୍ତି I ସମସ୍ତ ମୃତକ ଗୁଡ଼ାରି ବ୍ଲକ ଅନ୍ତର୍ଗତ କଇଠ ପଦର ଓ ଜଗନ୍ନାଥପୁର ଗ୍ରାମର ବୋଲି ଜଣା ପଡ଼ିଛି। କାରେନି ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ଯିବା ସମୟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକମାନେ ହେଲେ ସୁବ୍ରତ ଶବର, ବୁଲୁ ଶବର ଓ ବାଳକୃଷ୍ଣ ହାରକା I

ଗୁମୁଡ଼ା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ପୋଲ ଉପରେ ଏକ ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଛନ୍ତି I ସମସ୍ତ ମୃତକ ଗୁଡ଼ାରି ବ୍ଲକ ଅନ୍ତର୍ଗତ କଇଠ ପଦର ଓ ଜଗନ୍ନାଥପୁର ଗ୍ରାମର ବୋଲି ଜଣା ପଡ଼ିଛି। କାରେନି ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ଯିବା ସମୟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକମାନେ ହେଲେ ସୁବ୍ରତ ଶବର, ବୁଲୁ ଶବର ଓ ବାଳକୃଷ୍ଣ ହାରକା I ସୁବ୍ରତ ଓ ବୁଲୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ବାଳକୃଷ୍ଣଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲାI ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ I

ସୁବ୍ରତ ଓ ବୁଲୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ବାଳକୃଷ୍ଣଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲାI ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ I ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଥିବା ବେଳେ ଗୁମୁଡା ଫାଣ୍ଡି ପୁଲିସ ଓ ଗୁଡାରି ପୁଲିସ ଘଟଣାର ତଦନ୍ତ କରୁଛି I

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe